ଭୁବନେଶ୍ୱର,୧୮ା୯(ଏସଏସନିଉଜ)ସମ୍ବିଧାନର ଧାରା ୩୭୦ ଉଚ୍ଛଦ ପରେ ପ୍ରଥମ ଥର ଜାମ୍ମୁ ଓ କାଶ୍ମୀରରେ ହେଉଛି ବିଧାନସଭା ନିର୍ବାଚନ ହୋଇଛି । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ । ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ ଲାଗିଲାଣି । ୯୦ ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ୨୪ ସିଟରେ ମତଦାନ ନିଆଯାଉଛି । କାଶ୍ମୀର ଡିଭିଜନ ଅନ୍ତର୍ଗତ ପୁଲୱାମା, ସୋପିଆନ୍, ଅନନ୍ତନାଗ, କୁଲଗାଁଓର ୧୬ ଓ ଜମ୍ମୁ ଡିଭିଜନର ରାମବନ, କିସ୍ତୱାର ଓ ଡୋଡାର ୮ ବିଧାନସଭା ସିଟ୍ ପାଇଁ ମୋଟ୍ ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୂଛନ୍ତି୨୩ ଲକ୍ଷ ୨୭ ହଜାର ଭୋଟର।