ଶେଷରେ ଭିଜିଲାନ୍ସ ଜାଲରେ ପଡ଼ିଲେ ବ୍ଲକ ଶିକ୍ଷାଅଧିକାରୀ

0 58

ଭୁବନେଶ୍ବର,୩୧/୮(ଏସଏସନିଉଜ)ଶେଷରେ ଭିଜିଲାନ୍ସ ଜାଲରେ ପଡ଼ିଲେ ବିବାଦୀୟ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର। ଦୁଇବର୍ଷ ହେଲା ବିଇଓଙ୍କୁ ନେଇ ବିବାଦ ଲାଗି ରହିଥିଲା। ବେଆଇନ ଭାବେ ଓଡ଼ିଶାରେ ଚାକିରି କରୁଥିବା ୧୧ଜଣ ଆନ୍ଧ୍ର ଶିକ୍ଷକଙ୍କୁ ସୁରକ୍ଷା ଦେବା ସହ ସରକାରୀ ଅର୍ଥ ହେରଫେର ଓ ବିନା ଅନୁମତିରେ ବିଏଡ୍ ପଢ଼ିଥିବା ଅଭିଯୋଗ କରିଥିଲେ ସାମାଜିକ କର୍ମୀ ସମରଜିତ୍ ମହାନ୍ତି। ଏସବୁର ତଦନ୍ତ ଚାଲିଥିବା ବେଳେ ଏବେ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା। ଆଜି ଭୋର୍ ସମୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମକୃଷ୍ଣନଗର ଓ ପୋଲସରା ବାସଭବନରେ ଚଢ଼ାଉ ଚାଲିଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.