ଉତ୍ତର ଗ୍ରାମୀଣଅଞ୍ଚଳରେ ସେବାସପ୍ତାହ ପାଳନ

0 22

ବାରଙ୍ଗ,୨୨/୯ (ଏସଏସନିଉଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ସାରା ଭାରତରେ ସେବା ସପ୍ତାହ ପାଳନ ହେଉଛି। ଏହି ପରିପ୍ରେକ୍ଷୀରେ ବିଜେପି ଉତ୍ତର ଗ୍ରାମୀଣ ମଣ୍ଡଳ ତରଫରୁ ଭୁବନେଶ୍ୱର ଉପକଣ୍ଠ ଦାଢ଼ା ପଞ୍ଚାୟତର ମରିଚିଆ ଗ୍ରାମରେ ରବିବାର ପୂର୍ବାହ୍ନ ସମୟରେ ସେବା ସପ୍ତାହ ଉପଲକ୍ଷେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ବିଶ୍ଵନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ସଂଯୁକ୍ତା ପଢ଼ିହାରିଙ୍କ ନେତୃତ୍ୱରେ ଭାଜାପା ନେତା ଜିତେନ୍ଦ୍ର ସାସ୍ମଲ, ସାଗର ଦାସ, ଦୁଷ୍ମନ୍ତ ସାସ୍ମଲ, ଅକ୍ଷୟ କାଣ୍ଡି, ଲକ୍ଷ୍ମୀ ପଢ଼ିହାରି, ତନୁଜା ରାଉତଙ୍କ ସମେତ ଗ୍ରାମର ବହୁ ମହିଳା ଓ ଯୁବକ ସାମିଲ ହୋଇ ମନ୍ଦିର ପରିସର ସଫେଇ କରିବା ସହ ଗ୍ରାମ ମୂଖ୍ୟ ରାସ୍ତା ସଫେଇ କରିଥିଲେ।

Leave A Reply

Your email address will not be published.