ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା

ଚର୍ଚ୍ଚାରେ ଗିରିଶ ମୁର୍ମୁଙ୍କ ନାଁ

ଭୁବନେଶ୍ୱର,୫।୬(ଏସଏସନିଉଜ)କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ।ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା ରହିଥିବାବେଳେ ଚର୍ଚ୍ଚାରେ ଗିରିଶ ମୁର୍ମୁଙ୍କ ନାଁ ରହିଛି। ଓଡ଼ିଶାରେ ସାଧାରଣ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। କିଏ ହେବେ ତାହା ଏବେ କହିବା ଅସମ୍ଭବ ହୋଇଥିବାବେଳେ ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ , ଭର୍ତ୍ତୃହରି ମହତାବଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ଦଳରେ ଚର୍ଚ୍ଚା ହେଉଛି। ଏଥିସହିତ ଦେଶର କମ୍ପଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ ଅଫ୍ ଇଣ୍ଡିଆ ଥୂବା ଓଡ଼ିଆ ପୁଅ ଗିରୀଶଚନ୍ଦ୍ର ମୁର୍ମୁଙ୍କ ନାମ ମଧ୍ୟ ମୁଖ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା ହେଉଛି।

- Advertisement -

Leave A Reply

Your email address will not be published.