ତୀର୍ଥଯାତ୍ରୀ ବସ୍‌କୁ ଧକାଦେଲା କଣ୍ଟେନର

ବାଲେଶ୍ୱର,୧୩/୧୦(ଏସଏସ ନିଉଜ) ଜଳେଶ୍ୱରଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଆଜି ଭୋରରୁ ସଡ଼କ ଦୁର୍ଘଟଣା ଘଟିଛି।ଆଜି ଭୋର ୫ଟା ସମୟରେ ତୀର୍ଥଯାତ୍ରୀ ବସ୍‌ଟି ପଶ୍ଚିମବଙ୍ଗରରୁ ୫୦ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଲକ୍ଷ୍ଣଣନାଥ ଟୋଲଗେଟ୍ ନିକଟରେ ଦ୍ରୁତଗତିରେ ଏକ କଣ୍ଟେନର ଆସି ବସ୍‌ର ପଛପଟୁ ଧକ୍କା ଦେଇ ଚାଳକ ଫେରାର ହୋଇଯାଇଥିଲେ।ସ୍ଥାନୀୟ ଲୋକେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛନ୍ତି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

- Advertisement -

Leave A Reply

Your email address will not be published.