ବାରଙ୍ଗ,୮/୩(ଏସଏସନିଉଜ)ରାଜଧାନୀ ଉପକଣ୍ଠରେ ମିଳୁନି ପିଇବା ପାଣି ।ତିନିଦିନ ହେବ ବିଶୁଦ୍ଧପାନୀୟ ଜଳ ଯୋଗାଣରେ ବ୍ୟାଘାତ ଦେଖାଦେଇଥିଲେ ମଧ୍ୟ ବ୍ଲକ ପ୍ରଶାସନର ନୀଦ ଭାଙ୍ଗିନାହିଁ ।ତେବେ ବିଦ୍ୟୁତ୍ ବିଲ ପୈଠ ନ ହେବାରୁ ବିଦ୍ୟୁତ ସଂଯୋଗ ବିଛିର୍ଣ ହୋଇଥିବାରୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡିଛି।ଯାହାଫଳରେ ଭୁବନେଶ୍ବର ବ୍ଲକର କଲ୍ୟାଣପୁର,ବରିମୁଣ୍ଡ ,ଦାଢା ପଞ୍ଚାୟତ ଅଧିନରେ ଥିବା ବିଭିର୍ଣ ଗ୍ରାମରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ମାର୍ଚ୍ଚମାସ ପ୍ରାରମ୍ଭରୁ ଖରାର ତାପ ବଢିବାରେ ଲାଗିଲାଣି ।ଏଭଳି ସ୍ଥିତିରେ ଭୁବନେଶ୍ବର ବ୍ଲକର ବିଭିନ୍ନ ପଞ୍ଚାୟତ ଅଧିନରେ ଥିବା ପାନୀୟଜଳ ଯୋଗାଣର ବିଦ୍ୟୁତ୍ ଦେୟ ନ ଦେବାରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି।ଟାଟା ପାଓ୍ବାର ଟିପିସିଓଡିଏଲ ଦାୟିତ୍ବରେ ଥିବା ବିଦ୍ୟୁତବିଭାଗ କର୍ମଚାରୀମାନଙ୍କର ଏଭଳି କାର୍ୟ୍ୟ ଜନସାଧାରଣଙ୍କୁ ଆଘାତ ଦେଇଛି।ଭୁବନେଶ୍ବର ବ୍ଲକର କଲ୍ୟାଣପୁର,ବରିମୁଣ୍ଡ ,ଦାଢା ପଞ୍ଚାୟତ ଅଧିନରେ ଥିବା ପାନୀୟଜଳ ଯୋଗାଣ ପାଇଁ ବିଦ୍ୟୁତ ସଂଯୋଗକୁ କାଟି ଦିଆଯିବାଫଳରେ ହଜାର ହଜାର ଜନସାଧାରଣ ଗତ ତିନିଦିନ ହେବ ପାଣି ପାଇପାରୁ ନାହାନ୍ତି।ଜନସାଧାରଣଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଅପରପକ୍ଷରେ (ଟିପିସିଓଡିଏଲ) ଟାଟାପାଓ୍ବାରର ବିଭାଗୀୟ ଅଧିକାରୀମାନେ ବ୍ଲକ ପ୍ରଶାସନକୁ ଭେଟି ବିଦ୍ୟୁତ୍ ବିଲ ପୈଠ କରିବା ପାଇଁ ସମୟ ଦେଇଥିଲେ।କିନ୍ତୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ପଞ୍ଚାୟତର କାର୍ୟ୍ୟନିର୍ବାହୀ ଅଧିକାରୀମାନେ ନିର୍ବାଚନ କାର୍ୟ୍ୟରେ ବ୍ୟସ୍ତ ରହିବା କାରଣରୁ କୈାଣସି ପଦକ୍ଷେପ ନେବା ସମ୍ଭବ ହୋଇନଥିଲା।ତେବେ ମାର୍ଚ୍ଚମାସ ଶେଷ ଅବଧି ଥିବାବେଳେ ମାସର ଆରମ୍ଭରୁ ବିଦ୍ୟୁତ୍ ସଂଯୋଗ କାଟିଦେବା ସଂପୂର୍ଣ୍ଣ ଅନ୍ୟାୟ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।ଟାଟାପାଓ୍ବାରର କର୍ମଚାରୀଙ୍କ ମନୋମୁଖୀ କାର୍ୟ୍ୟ ସାଧାରଣରେ ଅସନ୍ତୋଷ ତୀବ୍ର କରିବାର ସମ୍ଭାବନା ଦେଖାଦେଇଛି ।ତୁରନ୍ତ ପଞ୍ଚାୟତମାନଙ୍କୁ ପାନୀୟଜଳଯୋଗାଣ ସ୍ବାଭାବିକ କରିବା ପାଇଁ ପଞ୍ଚାୟତବାସୀ ଭୁବନେଶ୍ବର ବିଡିଓଙ୍କ ନିକଟରେ ଦାବୀ କରିଛନ୍ତି।ଏ ସଂକ୍ରାନ୍ତରେ ଭୁବନେଶ୍ବରବ୍ଲକ ବିଡିଓ ରମେଶ ଚନ୍ଦ୍ର ସେଠୀ କୈାଣସି ଉତ୍ତର ଦେବାକୁ ମନାକରିଥିଲେ ।ଅନ୍ୟପଟେ କଲ୍ୟାଣପୁର ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଦେବରାଜ ଭୋଇ ସାଧାରଣଲାକଙ୍କ ଅସୁବିଧା ସର୍ମ୍ପକରେ ଜାଣିିବାପରେ ବିଡିଓ ଓ କାର୍ଯ୍ୟନିର୍ବାହି ଅଧିକାରୀଙ୍କ ଦୃଷ୍ଟିକୁ ଆଣି ସମାଧାନ ପାଇଁ ଦାବୀ କରିଛନ୍ତି ।(ଗୈାତମରାଉତଙ୍କ ରିପୋର୍ଟ)