ଥାନାରେ ବନ୍ଧାହେଲା ଲଙ୍କାଲେମ୍ବୁ

ହରତାଳ ପ୍ରତ୍ୟାହୃତ କଲା ବିଜେଡି

0 54

 

ଭୁବନେଶ୍ବର,୨୩/୯(ଏସଏସନିଉଜ)ଭରତପୁର ଥାନାରେ ଲଙ୍କାଲେମ୍ବୁ ବନ୍ଧାଯାଇଛି। ଚର୍ଚ୍ଚିତ ଭରତପୁର ଥାନାରେ ନୂଆ ଆଇଆଇସି କାର୍ଯ୍ୟରେ ଯୋଗଦେବା ପରେ ପୂଜାପାଠ କରିଛନ୍ତି।ପୂଜାପାଠ ସହ ଥାନା ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଲେ ଆଇଆଇସି।ନୂଆ ଜଏନ୍‌ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଛନ୍ତି ଆଇଆଇସି।
ଅନ୍ୟପଟେ ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ବିଜେଡି ପକ୍ଷରୁ ଦିଆଯାଇଥିବା ହରତାଳ ଡାକରା ପ୍ରତ୍ୟାହୃତ ହୋଇଥିବା ନେଇ ଦଳପକ୍ଷରୁ ସୂଚନା ଦିଆଯାଇଛି। ଭରତପୁର ଘଟଣାକୁ ନେଇ ହରତାଳ ଡାକରା ଦେଇଥିଲା ବିଜେଡି ।
ଏପଟେ ଭୁବନେଶ୍ବରର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ହେବ ବିଚାର ବିଭାଗୀୟ ତଦନ୍ତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଚିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.