ଥାନା ପାଖ ଦୋକାନରୁ ଚୋରି

ବାରଙ୍ଗ,୨୮/(ଏସଏସନିଉଜ)ବୁଧବାର ବିଳମ୍ବିତରାତିରେ ବାରଙ୍ଗଥାନା ପାଖରେ ଥିବା ଏକ ଭେରାଇଟ ଦୋକାନର ତାଲାଭାଙ୍ଗି ଚୋରି ହୋଇଥିବାର ଗୁରୁବାର ଅଭିଯୋଗ ହୋଇଛି ।ଡେଲ୍ଟା କଲୋନୀର ଚିତ୍ତରଞ୍ଜନ ସାହୁ ନାମକ ଯୁବକ ଥାନା ପାଖରେ ଭେରାଇଟ ଦୋକାନ କରିଛନ୍ତି।ସବୁଦିନ ଭଳି ବୁଧବାର ରାତିରେ ସେ ଦୋକାନ ବନ୍ଦକରି ଘରକୁ ଯାଇଥିଲେ।ଗୁରୁବାର ସକାଳେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନର ତାଲା ଭଙ୍ଗାଜାଇ ଦୋକାନ ଭିତରୁ ପ୍ରାୟ ୩୦ହଜାରେ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ।ସବୁଠାରୁ ବଡକଥା ହେଲା ବୁଧବାର ରାତିରେ ପୋଲିସ ଥାନା ଆଗରେ ବଲ୍କିଂ କରିଥିଲେ ମଧ୍ୟ ଥାନା ପାଖରୁ ଚୋରି ହେବା ଘଟଣା ଚୋରମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଥିବାର ଜଣାପଡିଛି।ଅନ୍ୟପଟେ ଏହି ଚୋରି ଘଟଣା ପରେ ଆଖପାଖ ଦୋକନିମାନେ ଭୟଭୀତ ହୋଇ ପଡିଛନ୍ତି। (ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.