ଭୁବନେଶ୍ୱର,୨୬/୭(ଏସ ଏସ ନିୟୁଜ)ରାସ୍ତା ଉପରେ ଥାଳି ବଜାଇ ଅଟୋ ଚାଳକମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି।ମହାତ୍ମା ଗାନ୍ଧୀ ମାର୍ଗରେ ଅନଲାଇନ ଅଟୋ ସଙ୍ଘ ତରଫରୁ ଏହି ପ୍ରତିବାଦ କରାଯାଇଛି।ଅଟୋ ମାଲିକମାନେ ଫାଇନାସସ କମ୍ପାନୀ ରୁ ଋଣ କରି ଅଟୋ ଆଣିଛନ୍ତି।କିନ୍ତୁ କରୋନା ପାଇଁ ଅଟୋ ଚଳାଚଳ ବନ୍ଦ ରହିଥିବାରୁ ଉପାର୍ଜନ ର ପ୍ରନ୍ଥା ବନ୍ଦ ରହିଛି । ଫାଇନାସରୁ ରିହାତି ଦେବା ପାଇଁ ମୁଖ୍ୟମନ୍ତ୍ରୀଘୋଷଣା କରିଥିଲେ ମଧ୍ୟ ଫାଇନାଶ କମ୍ପାନୀମାନେ ଅନ ଲାଇନ ଅଟୋ ଚାଳକ ଉପରେ ଅତ୍ୟାଚାର କରୁଛନ୍ତି ।ଏହାର ପ୍ରତିବାଦ ସ୍ବରୂପ ଚାଳକ ମାନେ ମହାତ୍ମା ଗାନ୍ଧୀ ମାର୍ଗରେ ଥାଳି ବାଡେଇ ପ୍ରତିବାଦ କରିବାସହ ଇଏମଆଇ କୋହଳ କରିବାକୁ ଦାବି କରିଛନ୍ତି।