ତେଲଟାଙ୍କିରେ ତେଲ କମଦେବାକୁ ନେଇ ହୋହାହ୍ଲା

0 424

ଚନ୍ଦ୍ରଶେଖରପୁର,୧/୮(ଏସଏସନିୟୁଜ)ଚନ୍ଦଶେଖରପୁର ଥାନାପଛପଟେ ଥିବା ପେଟ୍ରୋଲପମ୍ପରେ ତେଲ କମ୍‌ଦେବାକୁ ନେଇ ରବିବାରଦିନ ହୋହାହ୍ଲା ହୋଇଛି ।ଖବରପାଇ ଚନ୍ଦ୍ରଶେଖରପୁର ଥାନାପୋଲିସ ଘଟଣାସ୍ଥଳରେ ପହଁଚିବାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।ତେବେ ଏ ବିଷୟରେ ଚନ୍ଦ୍ରଶେଖରପୁରଥାନାରେ ଲିଖିତ ଅଭିଯୋଗ ହୋଇଛି ।
ପ୍ରକାସ ଯେ, କରୋନାକାଳରେ ଡିଜେଲ ଓ ପେଟ୍ରୋଲ ମୁଲ୍ୟ ଆଶିତତଭାବେ ବୃଦ୍ଧି ପାଇଛି ।ଗୋଟେପଟେ ତେଲମୁଲ୍ୟ ବୃଦ୍ଧି ଓ ଅନ୍ୟପଟେ ଗ୍ରାହକମାନେ ତେଲଟାଙ୍କିରେ ଠକାମିର ଶିକାର ହେବା ଘଟଣା ଚନ୍ଦ୍ରଶେଖରପୁରଥାନା ପଛପଟ ପେଟ୍ରୋଲପମ୍ପରେ ଘଟିଥିବାର ଅଭିଯୋଗ ହୋଇଛି । ଡମଣା ଗ୍ରାମର ରମେଶଚନ୍ଦ୍ରସାହୁ ନାମକ ଟିପର ମାଲିକ ଅଭିଯୋଗ କରିଛନ୍ତି ଯେ, ରବିବାରଦିନ ସେ ତାଙ୍କ ଓଆର୦୯କେ-୯୫୮୬ନଂ ଟିପରକୁ ଏହି ପେଟ୍ରୋଲପମ୍ପକୁ ଆଣିବାସହ ଟାଙ୍କି ଫୁଲକରିବାକୁ କହିଥିଲେ ।କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ବିଲଉଠିଲା କିନ୍ତୁ ଟାଙ୍କିକୁ ଯେଉଁ ପରିମାଣର ତେଲଯିବାକଥା ଗଲାନାହିଁ ।ଯାହାକୁ ନେଇ ପ୍ରତିବାଦକରିଥିଲେ ରମେଶ ।

ପ୍ରତିବାଦ ପରେ ଟାଙ୍କିର ଦାୟିତ୍ୱରେ ଥିବା ଅଧିକାରୀ ରମେଶଙ୍କ ଆଗରେ ପରୀକ୍ଷାପାଇଁ ୫ଲିଟର ତେଲ କାଢିଥିଲେ ମଧ୍ୟ ସେଥିରେ ମଧ୍ୟ ସଠିକପରିମାଣର ତେଲ ଆସିନଥିବାର ଅଭିଯୋଗ କରିଛନ୍ତି ରମେଶ ।ଯାହାକୁ ନେଇ କିଛିସମୟପାଇଁ ରମେଶଙ୍କ ସହ ଅନ୍ୟଗ୍ରାହକମାନେ ଏହି ଘଟଣାକୁ ବିରୋଧ କରି ହୋହାହ୍ଲା କରିଥିଲେ ।ଘଟଣାବିଷୟରେ ରମେଶ ୧୦୦କୁ ଫୋନ କରି ଜଣାଇବାପରେ ଚନ୍ଦ୍ରଶେଖରପୁରଥାନା ପୋଲିସ ଆସିବାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।ଏବିଷୟରେ ଚନ୍ଦ୍ରଶେଖରପୁର ଥାନାରେ ରମେଶ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.