ତରଳଝାଡାରେ ଆକ୍ରାନ୍ତହେଲା ରୁପାଛୁଆ

0 122

ବାରଙ୍ଗ,୭ା୧୦(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୨୮ନମ୍ବର ଏନକ୍ଲୋଜରରେ ରହୁଥିବା ବାଘୁଣୀରୁପାର ଦ୍ୱିତୀୟଗର୍ଭସ୍ଥ ସନ୍ତାନ ମଧ୍ୟରୁ ଏକ ୯ମାସର ମାଇଧଳାବାଘ ଛୁଆ ଅସୁସ୍ଥ ହୋଇପଡିଛି । ପ୍ରଥମଥରପାଇଁଏହି ଛୁଆଟି ଅସୁସ୍ଥ ହୋଇଛି।ଏହିଛୁଆଟି ଗତକିଛିଦିନହେବ ତରଳଝାଡାରେ ଆକ୍ରାନ୍ତ ଥିବାରୁ ନନ୍ଦନକାନନ ଜନ୍ତୁବିଭାଗର ଚିନ୍ତାବଢିଯାଇଛି ।ତେବେ ଜନ୍ତୁବିଭାଗର ନିର୍ଦ୍ଦେଶକ୍ରମେ ଛୁଆକୁ ତାର ଫିଡିଙ୍ଗଚାମ୍ବର ପୃଥକୀକରଣ ଏନକ୍ଲୋଜରରେ ରଖାଯାଇ ଏଠାକାର ଡାକ୍ତରମାନଙ୍କଦ୍ୱାରା ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ଛୁଆଟି ଠିକଭାବେ ଖିଆପିଆ କରିପାରୁନଥିବା ଜଣାପଡିଛି ।ସେ ଖାଦ୍ୟଖାଇବା ପରିମାଣ କମାଇଦେବାରୁ ଦିନକୁଦିନ ଦୁର୍ବଳ ହେବାସହିତ ଗୋଟିଏସ୍ଥାନରେ ଛିଡାହୋଇ ରହୁଛି। ଚିକିସ୍‌।ସତ୍ୱେ ତା ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉନଥିବାର ଜଣାପଡିଛି ।ଅନ୍ୟପଟେ ନନ୍ଦନକାନନ ଜନ୍ତୁ ପରିଚାଳନା ଗତତ୍ରୃଟିପାଇଁ ଖାଦ୍ୟ ସଠିକ୍ ଭାବେ ଯାଞ୍ଚ ହେଉନଥିବା ଓ ନିମ୍ନମାନରଖାଦ୍ୟ ଯୋଗୁଁ ବାଘଛୁଆଟି ତରଳ ଝାଡାରେ ଆକ୍ରାନ୍ତହୋଇଥିବାର ନନ୍ଦନକାନନରେ ଚର୍ଚ୍ଚା ଯୋରଧରିଛି ।ସୁଚନାଯୋଗ୍ୟଯେ,ଧଳାବାଘୁଣୀ ରୁପା ୨୦୨୩ଜାନୁୟାରୀ ୬ତାରିଖରେ ତାର ଦ୍ୱତିୟଗର୍ଭସ୍ଥ ୩ଟିସନ୍ତାନକୁ ଜନ୍ମଦେଇଥିଲା ।ସେଥିମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଥିବାବେଳେ ଅନ୍ୟଦୁଇଟି ଜୀବିତ ରହିଥିଲେ ।

Leave A Reply

Your email address will not be published.