ବାରଙ୍ଗ,୩ା୩(ଏସଏସନିଉଜ)ଜମିଦେବାକୁ ଟଙ୍କାନେଇ ଚୁକ୍ତିମୁତାବକ ଜମି କିମ୍ବା ଟଙ୍କା ନଫେରାଇବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ ଶୁକ୍ରବାରଦିନ ଟଙ୍କପାଣିରୋଡ ପାଣ୍ଡବନଗରରେ ରହୁଥିବା ଶକ୍ତି ଡେଭଲପରସର ମ୍ୟାନେଜିଂ ଡ଼ାଇରେକ୍ଟର ରମେଶଚନ୍ଦ୍ରମହାପାତ୍ର(୭୦)ଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।
ପ୍ରକାସ ଯେ,୨୦୧୯ମସିହାରେ ସରାକାରୀଚାକିରିରୁ ଅବସରନେଇଥିବା ଶୈଳଶ୍ରୀବିହାରର ଅତୁଲ୍ୟକୁମାରମହାନ୍ତିନାମକ ଜଣେ ବ୍ୟକ୍ତିଙ୍କ ସହ ରମେଶଙ୍କର ପରିଚୟ ଥିଲା ।ଏହି ସୁଯୋଗରେ ରମେଶ ତାଙ୍କୁ ଫସାଇ ଜମିବ୍ୟବସାୟରେ ଟଙ୍କା ଲଗାଇବାକୁ ପ୍ରବର୍ତାଇଥିଲେ । ଅଧିକ ଲାଭ ଆଶାଦେଖାଇ ଅତୁଲ୍ୟଙ୍କଠାରୁ ୧୯ଲକ୍ଷଟଙ୍କା ନେଇଥିଲେ । ଟଙ୍କା ନେବା ସମୟରେ ରମେଶ ଏବଂ ଅତୁଲ୍ୟଙ୍କ ପତ୍ନୀଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ଚୁକ୍ତି ମୁତାବକ ୧୫୦୦ ସ୍କୋୟାରଫୁଟର ଏକ ଜମି ଅତୁଲ୍ୟଙ୍କ ନାମରେ ରେଜିଷ୍ଟ୍ରି କରିବାଲାଗି ପ୍ରତିଶୃତି ଦେଇଥିଲେ, ଏବଂ ଯଦି ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ତାଙ୍କ ନାମରେ ଜମି ରେଜିଷ୍ଟ୍ରି ନକରିପାରନ୍ତି ତାହାଲେ ଟଙ୍କା ଫେରାଇନେବା ଲାଗି ଅତୁଲ୍ୟଙ୍କୁ ଏକ ଚେକ ମଧ୍ୟ ଦେଇଥିଲେ । ପରେ ଚୁକ୍ତି ଅନୁଯାଇ ଜମିରେଜିଷ୍ଟ୍ରି ନହୋଇପାରିବାରୁ ଅତୁଲ୍ୟ ବ୍ୟାଙ୍କରେ ଚେକ ଲଗାଇଥିଲେ ମଧ୍ୟ ଚେକଟି ବାଉନ୍ସ ହୋଇଯାଇଥିଲା । ଏହି ଘଟଣାରେ ନନ୍ଦନକାନନ ଥାନାପୁଲିସ ୧୧୯/୧୯କେଶନଂରେ ଏକ ମକଦ୍ଦମାରୁଜୁକରି ରମେଶକୁ ଗିରଫ କରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।
Prev Post
Next Post