ଭୁବନେଶ୍ୱର,୨୪ା୧୦(ଏସଏସନିଉଜ)ବାତ୍ୟା ଦାନାକୁ ନେଇ ଆସିଛି ଆଉ ଏକ ବଡଖବର । କେନ୍ଦ୍ରାପଡା ତାଳଚୁଆରେ ଲ୍ୟାଣ୍ଡ କରିପାରେ ବୋଲି ଆକଳନ କରାଯାଉଛି । ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଭିତରକନିକା- ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବାକୁ ନେଇ ପୂର୍ବରୁ ମଧ୍ୟ ଆକଳନ କରିସାରିଛି ପାଣିପାଗ ବିଭାଗ । ସମୁଦ୍ର ଉପକୂଳ ଯୋଗୁଁ ଏଠାରେ ଲ୍ୟାଣ୍ଡଫଲ କରିବା ନେଇ ଅଧିକ ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।