କଟକ,୨୭/୧୨(ଏସଏସନିୟୁଜ)ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରାଜ୍ୟର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ । ଓମିକ୍ରନ ଆକ୍ରାନ୍ତ ଜଣକ ହେଉଛନ୍ତି ନାଇଜେରିଆ ଫେରନ୍ତା ଜଗତସିଂହପୁର ଜିଲ୍ଲାର ।ସେ କଟକର ଏକ ଘରୋଇ ହସ୍ପିଟାଲରେ ୧୪ ଦିନ ହେବ ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ ।ତେବେ ତାଙ୍କୁ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିବାର ଜଣାପଡିଛି । ଏବେ ରାଜ୍ୟରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।