ସସ୍‌ପେଣ୍ଡ ହେଲେ ପ୍ରିଜାଇଡିଂ ଅଫିସର

ଭୁବନେଶ୍ୱର,୧ା୬(ଏସଏସନିଉଜ) ରାଜ୍ୟରେ ଶେଷ ପର‌୍ୟ୍ୟାୟ ମତଦାନ ଜାରି ରହିଥିବାବେଳେ ସାଲେପୁରରେ କେତେକଜାଗାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ ।ଏହାରି ମଧ୍ୟରେ କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି।ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିବା କଟକର ହରେକୃଷ୍ଣ ମହତାବ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ଦାଶ ନିର୍ବାଚନ କାର‌୍ୟ୍ୟରେ ଅବହେଳା କରିଥିବାରୁ ନିର୍ବାଚନ କାର‌୍ୟ୍ୟରେ ଅବହେଳା କରିଥିବାରୁ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

Leave A Reply

Your email address will not be published.