ବେଙ୍ଗାଲୁରୁ-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଭୁବନେଶ୍ଵର,୩୦।୩(ଏସଏସନିୟୁଜ)କଟକଜିଲ୍ଲା ଚୌଦ୍ୱାରର ନିର୍ଗୁଣ୍ଡି ନିକଟରେ କାମାକ୍ଷା ଏକ୍ସପ୍ରେସ୍ ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଲାଇନଚ୍ୟୁତ ହୋଇଛି।ଏପର୍ଯ୍ୟନ୍ତ ସୁଦ୍ଧା କେହି ମୃତାହତ ହୋଇଥିବାର ପୂର୍ବତଟ ରେଳବାଇ ପାଖରେ ସୂଚନା ନଥିବାର କୁହାଯାଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଏହାପରେ ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନରେ ପଠାଇବାର ବ୍ୟବସ୍ଥା କରାଯାଉଛି।
ଖବର ପାଇଁ ରେଳବାଇ ପୋଲିସ, ଏନଡିଆରଏଫ ଓ ଫାୟାର ଟିମ୍,ଘଟଣାସ୍ଥଳରେ ପହଞ୍ଚିଛି ।
ତେବେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ।ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଯାତ୍ରୀମାନଂକ ସୁବିଧା ପାଇ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି।
କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮ ଓ ମୋବାଇଲ୍ ନଂ- ୭୨୦୫୧୪୯୫୯୧, ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ନଂ,ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫,ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନଂ- ୯୪୩୭୪୪୩୪୬୯ ଜାରି କରାଯାଇଛି।

- Advertisement -

Leave A Reply

Your email address will not be published.