ସିନ୍ଧୁର ନେଲା ମହିଳାଙ୍କ ଜୀବନ

0 482

ସତ୍ୟବାଦୀ,୨୪/୨(ଏସ ଏସ ନିଉଜ) ଚିଲପାଟଣା ଗ୍ରାମର ରମେଶ କୁମାର ସାହୁ ଙ୍କ ବୋଉ ବୁଧିମଣି ସାହୁ ପୁରୁଣା ରୋଗର ଯନ୍ତ୍ରଣା ସହ୍ୟ କରିନପାରି ସିନ୍ଧୁର ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।ବୁଧିମଣି ଅନେକ ଦିନହେବ ରୋଗରେ ଯନ୍ତ୍ରଣା ପାଉଥିବାବେଳେ ରୋଗର କଷ୍ଟ ସହିନପାରି ଲୁଚିକରି ସିନ୍ଧୁର ଖାଇ ଦେଇଥିଲେ । ପରେ ସିନ୍ଦୁର ଖାଇବା ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତାଙ୍କୁ ପରିବାରଲୋକ ସାକ୍ଷୀଗୋପାଳ ମେଡିକାଲ ଓ ପରେ ପୁରୀକୁ ନେଇଥିଲେ।ପୁରୀ ରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ୪/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରିବା ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.