ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ

0 68

ଭୁବନେଶ୍ୱର,୨୩ା୧୦(ଲିଙ୍ଗରାଜରାଉତ)ବାତ୍ୟାକୁ ନେଇ ଆଉ ଏକ ବଡ ଖବର ମିଳିଛି । ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ଏହାର ପ୍ରଭାବରେ କେନ୍ଦ୍ରାପଡାରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ପାରାଦୀପରେ ମଧ୍ୟ ଦେଖିବାକୁ ମିଳିଲାଣି ପ୍ରଭାବ । ପାରାଦୀପରେ ବାତ୍ୟା ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା, ପବନ । ଏବେ ପାରାଦୀପ ଠାରୁ ପ୍ରାୟ ୫୦୦ କିମି ଦୂରରେ ରହିଛି ବାତ୍ୟା ଦାନା।

 

- Advertisement -

Leave A Reply

Your email address will not be published.