ଭୁଵନେଶ୍ଵର,୨୮/୬(ଏସଏସନିୟୁଜ)ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ଆହ୍ଵାନରେ ଆଜି ମାଷ୍ଟର କ୍ୟାଣ୍ଟିନ ଠାରେ ଵିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ସରକାର ୟୁଟ୍ୟୁବ୍ ମାଧ୍ୟମରେ ଯେଉଁ ଶିକ୍ଷାଦାନର ଭେଳିକି ଆରମ୍ଭ କରିଛନ୍ତି,ସେଥିରେ ରାଜ୍ୟର ୭୦% ଛାତ୍ରଛାତ୍ରୀ ଅଧୟନରୁ ଵଞ୍ଚିତ ହେଉଥିଵାରୁ ତାହା ଵନ୍ଦକରି ଅଵିଳମ୍ଵେ ଶ୍ରେଣୀଗୃହ ଶିକ୍ଷା ଦାନ ପାଇଁ ଦାଵିକରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଵିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଓଡ଼ିଶାରେ ଗତ ଜୁନ୨୧ରୁ ସରକାର ଅନଲାଇନ୍/ ୟୁଟିଉଵ୍ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି। ଯାହାକି ଧନୀ-ଗରିଵ ଓ ଉନ୍ନତ-ଅଵହେଳିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତାରତମ୍ୟ ସୃଷ୍ଟି କରୁଛି। ସଂଖ୍ୟାଗରିଷ୍ଠ ଛାତ୍ରଛାତ୍ରୀଙ୍କ ପାଖରେ ଲାପଟପ୍ ଅଥଵା ସ୍ମାର୍ଟ ଫୋନ ନଥିଵା,ଡାଟା ରିଚାର୍ଜର ଆର୍ଥିକ ଦୁରାଵସ୍ଥା, ଗ୍ରାମାଞ୍ଚଳରେ ମୋଵାଇଲ ଅଥଵା ଇଣ୍ଟରନେଟର ସୁବିଧା ନଥିଵାରୁ ହାରାହାରୀ ୭୦% ଛାତ୍ରଛାତ୍ରୀ ଶିକ୍ଷାରୁ ଵଞ୍ଚିତ ହେଉଛନ୍ତି। ଏହା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପରିଵର୍ତ୍ତେ ଵୈଷମ୍ବର ପ୍ରାଚୀର ଛିଡା କରିଛି। ଏହା ବ୍ୟତୀତ ଅଧିକ ସମୟ ମୋବାଇଲ୍/ଲାପଟପ୍ ସ୍କ୍ରୀନକୁ ଚାହିଁବା ଦ୍ୱାରା ପିଲାଙ୍କ ଆଖି ଓ ମସ୍ତିସ୍କ ଉପରେ କୁପ୍ରଭାବ ପଡୁଛି। ଶ୍ରେଣୀଗୃହ ଶିକ୍ଷାଦାନର ବିକଳ୍ପ ଅନଲାଇନ୍ ଶିକ୍ଷାଦାନ ନୁହେଁ।
ଦେଶର ଅର୍ଥନୀତି ସୁଧାର ପାଇଁ ଶିଳ୍ପ, କଳ, କାରଖାନା, ଵ୍ୟବସାୟ, ଵାଣିଜ୍ୟ ,ସ୍ମାର୍ଟ ସିଟି ଇତ୍ୟାଦିର ନିର୍ମାଣ କାର୍ୟ୍ୟକୋଭିଡ୍ ସତର୍କତା ସହ ଚାଲୁ ରହିଛି । ଵିଵାହ ଇତ୍ୟାଦି ଘରୋଇ କାର୍ୟ୍ୟକ୍ରମରେ ୨୫ଜଣ ଭାଗ ନେଇ ପାରୁଥିଵା ଵେଳେ ସ୍କୁଲ କଲେଜରେ ୨୫/୨୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଶାରିରୀକ ଦୂରତା ରକ୍ଷା ସହ ଶ୍ରେଣୀ ଗୃହ ଶିକ୍ଷାଦାନ ପାଇଁ ସ୍କୁଲ କଲେଜ ଖୋଲିଵାରେ ସରକାରଙ୍କୁ କେହି ରୋକି ନାହାନ୍ତି ବାଲେି ଅଭିଯୋଗ କରିଛନ୍ତି । ପାଠପଢା ନ ହେଲେ ମଧ୍ୟ ଘରୋଇ ଶିକ୍ଷାନୁଷ୍ଠାନମାନେ ଵର୍ଷ ଆରମ୍ଭରୁ ନାମଲେଖା ସହ ଵାର୍ଷିକ ଫି’ ନେଇ ଥାଆନ୍ତି । ଏଵେ ଅନଲାଇନ୍ ୟୁଟିଉଵ୍ ଶିକ୍ଷାର ଭେଳିକି ଆରମ୍ଭ କରି ଭେଦଭାଵର ପ୍ରାଚୀର ତିଆରି କରାଯାଉଛି। ଏହା ଏକ ମାନସିକ ନିର୍ୟାତନା କହିଲେ ଭୁଲ୍ ହେବ ନାହିଁ। ତେଣୁ ଅବିଳମ୍ୱେ ସ୍କୁଲ କଲେଜ କୋଭିଡ୍ କଟକଣା ସହ ଖୋଲାଯାଇ ଶ୍ରେଣୀଗୃହ ଶିକ୍ଷାଦାନ ଵ୍ୟଵସ୍ଥା କରାଯାଉ , ନଚେତ୍ ସମସ୍ତଙ୍କୁ ମାଗଣାରେ ଲାପଟପ୍ ଓ ଡାଟା ସହ ସେମାନଙ୍କ ଅଞ୍ଚଳରେ ବିଦ୍ୟୁତ୍ ଓ ନେଟୱାର୍କର ସଂଯୋଗ କରିବା ପାଇଁ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ଦାଵି କରାଯାଇଛି।
ଅପରପକ୍ଷରେ ଘରୋଇ ଶିକ୍ଷାନୁଷ୍ଠାନମାନେ ଵର୍ଷ ଆରମ୍ଭରୁ ନାମଲେଖା ସହ ଵାର୍ଷିକ ଫି ନେଇ ଥାଆନ୍ତି,ତେଣିକି ପାଠପଢା ନ ହେଉ। ଏଵେ ଅନଲାଇନ୍ ୟୁଟିଉଵ୍ ଶିକ୍ଷାର ଭେଳିକି ଆରମ୍ଭ କରି ଭେଦଭାଵର ପ୍ରାଚୀର ତିଆରି କରାଯାଉଛି। ଏହା ଏକ ମାନସିକ ନିର୍ୟାତନା କହିଲେ ଭୁଲ୍ ହେବ ନାହିଁ। ତେଣୁ ଅବିଳମ୍ୱେ ସ୍କୁଲ କଲେଜ କୋଭିଡ୍ କଟକଣା ସହ ଖୋଲାଯାଇ ଶ୍ରେଣୀଗୃହ ଶିକ୍ଷାଦାନ ଵ୍ୟଵସ୍ଥା କରାଯାଉ , ନଚେତ୍ ସମସ୍ତଙ୍କୁ ମାଗଣାରେ ଲାପଟପ୍ ଓ ଡାଟା ସହ ସେମାନଙ୍କ ଅଞ୍ଚଳରେ ବିଦ୍ୟୁତ୍ ଓ ନେଟୱାର୍କର ସଂଯୋଗ କରିବା ପାଇଁ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ଦାଵି କରାଯାଇଛି। ସରକାର ଅଵିଳମ୍ଵେ ସ୍କୁଲ କଲେଜ ଖୋଲି ଶ୍ରେଣୀଗୃହ ଶିକ୍ଷାଦାନ ଵ୍ୟଵସ୍ଥା ନକଲେ ଛାତ୍ର ଅଶାନ୍ତିରୁ ଉତ୍ପନ୍ନ ପରିସ୍ଥିତି ପାଇଁ ସରକାର ଦାୟି ରହିଵେ ଵୋଲି ଏଆଇଏସ୍ଏଫ୍ ଓଡିଶା ରାଜ୍ୟ ସଭାପତି ସଂଘମିତ୍ରା ଜେନା,ଵିଵେକ କ୍ରୀଷ୍ଣା,ସସ୍ମିତା ଦାସ,ଅଵିନାଶ ନାୟକ,ମାନସ ରଞ୍ଜନ କର,ଗୌରୀ କହଁର,ଶୁଭମ ପରମାଣିକ ପ୍ରମୁଖ ଆଜି ଭୁଵନେଶ୍ଵର ମାଷ୍ଟର କ୍ୟାଣ୍ଟିନ ଠାରେ ଵିକ୍ଷୋଭ ପ୍ରଦର୍ଶନ ସହ କ୍ଷୋଭ ପ୍ରକାଶ କରିଛନ୍ତି।