ସିଧା ବିମାନ ନଥିବାରୁ ରାସ୍ତାବାଟେ ଆଣିଲୁ-ରାଜସ୍ବ ମନ୍ତ୍ରୀ

ଭୁବନେଶ୍ଵର,୩/୭(ଏସଏସନିଉଜ)କେରଳ ୱାୟନାଡ୍‌ରେ ମୃତ ଡାକ୍ତର ବିଷ୍ଣୁଙ୍କ ମୃତଦେହ ଅଣାଯିବା ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସିଧା ବିମାନ ନଥିବାରୁ ରାସ୍ତାବାଟେ ଆଣିଲୁ ।ଓଡ଼ିଶାରୁ କୋଚିକୁ ସିଧା ବିମାନ ନାହିଁ।ୱାୟନାଡ଼ରୁ ୯୦ କିମି କୋଚିକୁ ରାସ୍ତାବାଟେ ଆଣିବାକୁ ପଡ଼ିଥାନ୍ତା।କୋଚିରୁ ବେଙ୍ଗଲୁରୁ ଆଣି ସେଠାରୁ ପୁଣି ଏକ ଫ୍ଲାଇଟରେ ଆଣିବାକୁ ପଡ଼ିଥାନ୍ତା।ସେଥିପାଇଁ ଆମ୍ବୁଲାନ୍ସରେ ସଡ଼କ ପଥରେ ଅଣାଯାଉଛି, ୩୦ ଘଣ୍ଟା ଲାଗିବ ବୋଲି କହିଛନ୍ତି।ମୃତ ଡାକ୍ତରଙ୍କ ପତ୍ନୀ ଡିସ୍‌ଚାର୍ଜ ପରେ ପରିବାର ଲୋକଙ୍କ ସହ ଫେରୁଛନ୍ତି।ଝାରସୁଗୁଡ଼ାର ଡାକ୍ତର ସ୍ବୀକୃତି ମହାପାତ୍ରଙ୍କ ଚିକିତ୍ସା ଜାରି ରହିଛି।ଫୁସ୍‌ଫୁସ୍‌ରେ ପଶିଥିବା ମାଟି, କାଦୁଅ ୯୫ ପ୍ରତିଶତ କଢ଼ା ଯାଇଛି।ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡାଙ୍କୁ ତଲାସ ଉଦ୍ୟମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

- Advertisement -

Leave A Reply

Your email address will not be published.