ପୁରୀ,୨୨/୧୧(ଏସଏସନିଉଜ)ଦେବଦିପାବଳୀର ପ୍ରଥମଦିନ ନୀତିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତିଚାଲିଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କୁ ଦୀପଦାନ କରିବାସହ ଶ୍ରାଦ୍ଧମଧ୍ୟ ପକାଇଥାନ୍ତି ।ପ୍ରଥମଦିନ ମାର୍ଗଶୀରମାସର କୃଷ୍ଣ ଚତୁର୍ଦ୍ଦଶୀତିଥିରେ ସଂଧ୍ୟାଧୂପ ନୀତି ବଢିବାପରେ ମହାପ୍ରଭୁ, ଅଦିତି, ଓ କଶ୍ୟପଙ୍କଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦିଆଯାଇଥାଏ । ଦ୍ୱିତୀୟଦିନରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ହେବ ।ତୃତୀୟଦିନରେ ଦେବକୀ, ବାସୁଦେବ, ନନ୍ଦ ଓ ଗୁଣ୍ଡିଚା ରାଣୀଙ୍କୁ ଏହି ଦୀପଦାନସହ ଶ୍ରାଦ୍ଧ ଦିଆଯିବାପାଇଁ ବ୍ୟବସ୍ଥା କରାଯାଇଛି ।