ଭୁବନେଶ୍ୱର,୨୬ା୧୨(ଏସଏସନିଉଜ) ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ତତ୍ପରତା ଦେଖାଦେଇଛି । କେନ୍ଦ୍ର ଓ ରାଜ୍ୟର ମାର୍ଗଦର୍ଶିକା ଅନୁଯାୟୀ ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାସହ ସ୍କୁଲରେ କରୋନା ନିୟମ ପାଳନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । ଏଥି ସହ ଆଗକୁ ହେବାକୁ ଥିବା ସମେଟିଭ-୧ ଓ ଯୁକ୍ତ ୨ ପରୀକ୍ଷା କରୋନା କଟକଣା ଭିତରେ ଆୟୋଜନ କରିବାକୁ ବିଭାଗୀୟ ପ୍ରସ୍ତୁତି ଚାଲିଥିବା ସୂଚନା ଦେଇଛନ୍ତି ।