ଏସସିବି ମେଡିକାଲ ନୂତନକୋଠା ଦୁର୍ଘଟଣା

ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର,୯/୮(ଏସଏସନିଉଜ) ନିର୍ମାଣଧୀନ ଏସସିବି ମେଡିକାଲ ନୂତନକୋଠା ଦୁର୍ଘଟଣାର ଶିକାର ହୋଇଥିବା ତିନିଜଣ ଆହତଙ୍କୁ ଆଜି ସଂଧ୍ୟାରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବା ସହ ସମସ୍ତଙ୍କୁ ଉଚ୍ଚମାନର ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି I ମନ୍ତ୍ରୀ ହରିଚନ୍ଦନ ଦୁର୍ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରି ଏହାର କାରଣ ସମ୍ପର୍କରେ ଉପସ୍ଥିତ କର୍ମଚାରୀ ତଥା ଶ୍ରମିକମାନଙ୍କଠାରୁ ପଚାରି ବୁଝିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଓବିସିସିର ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି I
ଆଜିର ଘଟଣାକୁ ମନ୍ତ୍ରୀ ଅତି ଗୁରୁତରଭାବେ ଗ୍ରହଣ କରିବାସହ ଖବର ପାଇବାକ୍ଷଣି ସେଠାରେ ପହଂଚି ଏସମ୍ପର୍କରେ ତଥ୍ୟ ନେଇଛନ୍ତି I ଘଟଣାଟି କେଉଁ କାରଣରୁ ଘଟିଲା ଏବଂ ଏଥିରେ କାହାର ସଂପୃକ୍ତି ଅଛିକି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ମନ୍ତ୍ରୀ ଓବିସିସିର ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି I ଦୋଷୀଙ୍କ ବିରୋଧରେ ଆଇନଅନୁସାରେ କଠୋର ଦଣ୍ଡ ବିଧାନ କରାଯିବବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି Iଏଥିସହିତ ମନ୍ତ୍ରୀ ଆହତ ଶ୍ରମିକମାନଙ୍କୁ ମେଡିକାଲରେ ଭେଟିବା ସହ ସେମାନଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି I ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଜେପି ନେତା ନୟନ କିଶୋର ମହାନ୍ତି, ଲଲାଟେନ୍ଦୁ ବଡୁ, ସିକନ୍ଦର ଅଲ୍ଲୀଙ୍କ ସମେତ ଓବିସିସି ଏମଡି ଜେ. କେ ଦାସ, ଏସସିବି ସୁପରିଟେଡେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ I

- Advertisement -

Leave A Reply

Your email address will not be published.