ଚନ୍ଦକା,୧୯।୩(ଏସଏସନୀୟୂଜ) ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ଇଷ୍ଟଦେବ ପ୍ରଭୁ ପରମେଶ୍ୱରଙ୍କ ପଞ୍ଚୁଦୋଳ ମହୋତ୍ସବ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି l ଏହା ପାଞ୍ଚଦିନ ଧରି ଚାଲିବ।ଏହି ମହୋତ୍ସବରେପାଞ୍ଚଠାକୁର ସାତସାହି ପରିକ୍ରମା କରିଥିଲେ। ପାରମ୍ପରିକ ବାଜା ବିଶେଷକରି କେରଳ, ଶିକାକୁଲମ ଲୋକ ବାଦ୍ୟ ସମ୍ବଲପୁରୀ ନୂତ୍ୟ,କଳାହାଣ୍ଡି ଘୁମୁରା,ମୟୁରଭଞ୍ଜ ଛଉ ନୂତ୍ୟ,ଅଘୋରୀ. ନରକଙ୍କାଳ,ଶିବ ତାଣ୍ଡବ, କଣ୍ଢେଇନାଚ,ଘୋଡା ନାଚ, ଷଣ୍ଢନାଚ,ଘୁଡୁକୀ ନାଚ, ଡୋଲକିବାଦ୍ୟ, ନାଗାନାଚ,ଗୋଟି ପୁଅ ନୂତ୍ୟ,ରାଜରାଣୀ ଆଦି ପାରମ୍ପରିକ ନାଚରେ କମ୍ପୁଥିଲା ଗାଁ ପରିବେଶ। ପରମେଶ୍ୱର ମନ୍ଦିରର ନିକଟରୁ ସମସ୍ତ ଶୋଭାଯାତ୍ରାରେ ସାମିଲ ଥିବା ନୂତ୍ୟ ଯଥା ଵୃଷବ. ନାଗା,କଣ୍ଢେଇ ନାଗାଙ୍କୁ ପଣା ଦିଆ ଯାଇ ମେଳଣରେ ସାମିଲ କରାଯାଇଥିଲା।ଏହ ମହୋତ୍ସବରେ ଛତିଶ ନିଯୋଗ ସାମିଲ ହୋଇଥିଲେ l ଗୋପାଳ ଭାଇମାନେ ଠାକୁରଙ୍କୁ ବୀମାନରେ ବୁଲାଇବା ,ବାରିକପୁଅ ମଶାଲ ଜାଳିବା, ବ୍ରାହ୍ମଣ ଠାକୁରଙ୍କୁ ପୂଜା କରିବା, ମାଳି ଘଣ୍ଟବାଦ୍ୟ କରି ଥିଲେ। ପରମେଶ୍ୱରଙ୍କ ନିମନ୍ତ୍ରଣ ପାଇ ନୂଆଠାକୁର (ରାଧାକୃଷ୍ଣ ଦେବ )ଚନ୍ଦ୍ରଶେଖର ଦେବ,ଗୋପାଳଜୀଉ ଦେବ ଓ କଣ୍ଟାବାଡର ଗୋପୀନାଥ ସାମିଲ ହୋଇଥିଲେ।