ବାରଙ୍ଗ,୧୫/୧୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଗଣ୍ଡରପୁର ନଦୀପଠାରେ ଥିବା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ୍ ରେ ଚାଲିଥିବା ୨୧ତମ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି।୮ତାରିଖରୁ ୧୫ତାରିଖ ପର୍ୟ୍ୟ ନ୍ତ ୮ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣ।ମେଣ୍ଟରେ ଗ୍ରାମାଞ୍ଚଳର ୨୪ଟି ଓ ସହରଂଚଳର ୮ଟି ଦଳ ଭାଗ ନେଇଥିଲେ।ଫାଇନାଲର ପ୍ରଥମମ୍ୟାଚ ଗ୍ରାମାଞ୍ଚଳ ବି ଡିଭିଜନର ପଦ୍ମକେଶରୀପୁର ସହ ଗବବସ୍ତ ମଧ୍ୟରେ ହୋଇଥିଲା।ପ୍ରଥମମ୍ୟାଚ ରୁରାଲ ସ୍ପୋଟ୍ସକ୍ଲବ ଗବବସ୍ତ ୧-୦ ଗୋଲରେ ପଦ୍ମକେଶରୀପୁରକୁ ହରାଇ ଚମ୍ପିଆନ ହୋଇଛି ।
ଗ୍ରାମାଞ୍ଚଳ ଏ ଡିଭିଜନର ଜଇପୁର ଓ ବରାହିପୁର ମଧ୍ୟରେ ହୋଇଥିଲା।ଏଥିରେ ବନମହାବୀର ସ୍ପୋଟିଂକ୍ଲବ ଜଇପୁର ୩-୦ ଗୋଲରେ ସୁପ୍ରିମ ଫୁଟବଲକ୍ଲବ ବରାହିପୁରକୁ ହରାଇ ଚମ୍ପିଆନ ହୋଇଛି ।ସର୍ବଶ୍ରେଷ୍ଠ ଖଳାଳିଭାବେ ସତ୍ୟପ୍ରକାସପ୍ରଧାନକୁ ବୁଲେଟ ପ୍ରଦାନ କରାଯାଇଥିଲା ।
ତୃତୀୟମ୍ୟାଚ୍ ସହରାଞ୍ଚଳର କେମେରୁନ ୧୧କଲିକତା ଓ ସନ ରାଇଜ କ୍ଲବ କଟକ ମଧ୍ୟରେ ହୋଇଥିଲା।ଏଥିରେ ସନରାଇଜ କ୍ଲବ କଟକ ୫-୪ ଟ୍ରାଇବ୍ରେକରରେ କାମେରୁନ୧୧କୁ ହରାଇ ଚମ୍ପିଆନ ହୋଇଛି ।ଚମ୍ପିଆନ ଦଳକୁ ୭୫ହଜାରେ ଓ ରର୍ନ୍ସଦଳକୁ ୬୦ହଜାରେ ଟଙ୍କା ସହ ଟ୍ରଫି ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟସମ୍ପାଦକସୁବାଶଚନ୍ଦ୍ର ପାତ୍ର ,ବିଜେଡିନେତା ସନ୍ତୋଷନାଥ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।ଜ୍ଞାନରଞ୍ଜନ ରାଉତ (ହିରୋ) ଟୁର୍ଣ୍ଣ।ମେଣ୍ଟକୁ ପରିଚାଳନା କରିଥିବାବେଳେ ୟୁନାଇଟେଡୟୁଥ୍ ସ୍ପୋଟ୍ସ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ ।(ଜିତ୍ ରାଉତଙ୍କ ରିପୋର୍ଟ)
ସାରିଲା ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ
Prev Post
Next Post