ସରି ସରି ଆସୁଛି ମହାକୁମ୍ଭ…

ଘଣ୍ଟାଘଣ୍ଟା ଧରି ରାସ୍ତାରେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୩।୨(ଏସଏସନିଉଜ)୨୬ ତାରିଖରେ ସରୁଛି ମହାକୁମ୍ଭ।ଏହିଦିନ ମଧ୍ୟ ଶିବରାତ୍ରୀ ପଡୁଛି।ତେଣୁ ଏହି ଦୁର୍ଲଭ ଦିବସ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।ଏବେ ପ୍ରୟାଗରାଜ ମୁହାଁ ହୋଇଛନ୍ତି ଶ୍ରଦ୍ଧାଳୁ।ବିଭିନ୍ନ ରାଜ୍ୟରୁ ନିଜନିଜ ଗାଡି ଧରି ଆସୁଥିବାରୁ ରାସ୍ତାରେ ଭିଡ ସାଙ୍ଗକୁ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି।ଟ୍ରାଫିକ ସମସ୍ୟା ଜାମ୍ ଏତେ ପରିମାଣର ହେଉଛି ଯେ, ପାଖାପାଖି ୨୫ କିଲୋମିଟର ଯାଏଁ ଭିଡ ଲମ୍ବି ରହୁଛି।ଭିଡକୁ ଆଖି ପାଉନାହିଁ, କେବଳ ଗାଡିର ଲମ୍ବା ଧାଡି ଦେଖିବାକୁ ମିଳୁଛି ।ଯାହାଫଳରେ ଶ୍ରଦ୍ଧାଳୁମାନେ ଘଂଟା ଘଂଟା ଧରି ରାସ୍ତାରେ ଅଟକି ରହି ନାହିନଥିବ ହଇରାଣ ହେଉଥିବାର ଦେଖିବାକୁ ମିଳୁଛି।ଗାଡିମଟରର କେଁକାଁ ଶବ୍ଦରେ ପରିବେଶଫାଟି ପଡୁଯିବାବେଳେ ସାଧାରଣ ଲୋକଙ୍କ ପାଇଁ ଯାତାୟତରେ ବାଧା ସୃଷ୍ଟି ହୋଇଛି।ଏବେ ସୁଦ୍ଧା ୬୦ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଥିବାର ଜଣାପଡିଥିବା ବେଳେ ଏହି ସଂଖ୍ୟା ୭୦ କୋଟି ପାର୍ କରିବାର ଅନୁମାନ କରାଯାଉଛି ।

- Advertisement -

Leave A Reply

Your email address will not be published.