ମେଣ୍ଢାଶାଳ,୧୩/୧୦(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମପଂଚାୟତର ଗିରିଙ୍ଗାପୁଟ ମୈାଜାରେ ୨୨ଏକର ପରିମିତ ଜାଗାକୁ ରାଜ୍ୟସରକାର ଏକ ଶିଳ୍ପାନୁଷ୍ଠାନ ପାଇଁ ଅନୁମତି ଦେଇଛନ୍ତି ।ଏହି ଜାଗାକୁ ଇଡକୋଦ୍ୱାରା ଜମି ଅଧିଗ୍ରହଣ କରାଯାଇ ଏହି ଶିଳ୍ପସଂସ୍ଥାକୁ ହସ୍ତାନ୍ତର କରାଯାଇଛି ।ଏବେ ଏହି ସଂସ୍ଥାଦ୍ୱାରା କାମ ଆରମ୍ଭ ହୋଇଛି ।ଏହି ସଂସ୍ଥାଚାଲିଲେ ଅଂଚଳର ଆର୍ଥିକସ୍ଥିତି ସ୍ୱଛଳ ହେବ ।ଏହାସହ ଦକ୍ଷତାଭିତିରେ ମେଣ୍ଢାଶାଳ ପଂଚାୟତର ଶିକ୍ଷିତ ବେକାର ଯୁବତୀ ଓ ଯୁବକମାନେ ନିଯୁକ୍ତି ପାଇ ଆତ୍ମନିର୍ଭରଶୀଳ ହୋଇପାରିବୋ ସେଥିପାଇଁ ଏକ ସ୍ମାରକୀପତ୍ର ସରଂପଚ କୈାଶଲ୍ୟା ବଳିୟାରସିଂହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ଉକ୍ତଶିଳ୍ପସଂସ୍ଥାର ନିର୍ଦ୍ଦେଶକ ଓ ଇଡକୋକୁ ମଧ୍ୟ ପ୍ରଦାନ କରିଛନ୍ତି । ବେକାର ଯୁବତୀଧୁବକଙ୍କୁ ନିଯୁକ୍ତି ପ୍ରଦାନ କରାଗଲେ ପଂଚାୟତ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ସ୍ମାରକୀପତ୍ରରେ ଉଲ୍ଲେଖ କରିଛନ୍ତି ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)