ସଡ଼କ ଦୁର୍ଘଟଣାରେ ଜଣେ ମୃତ,ଜଣେ ଗୁରୁତର

0 69

ବାରଙ୍ଗ,୧୨ା୬(ଏସଏସନିଉଜ) ବୁଧବାର ସଂଧ୍ୟାରେ ଗୋଡିସାହି ଫାଣ୍ଡି ଅଧିନସ୍ତ ଗୋବିନ୍ଦପୁର ପାଖରେ ବାଙ୍କୀ-ତ୍ରିଶୂଳିଆ ମୁଖ୍ୟ ରାସ୍ତାରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କିଶନ ନଗରଥାନା ଅଧିନସ୍ସ୍ଥ ଆନିପୁର ଗ୍ରାମର ପବିତ୍ର କୁମାର ଜେନା (୩୨)ା ତେବେ ଗୁରୁତର ଆହତଙ୍କ ପରିଚୟ ମିଳିପାରିନାହିଁ ।ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ପ୍ରକାଶ ଯେ,ବୁଧବାର ସଂଧ୍ୟାରେ ଓଡି ୦୧ ଏହି ୦୦୯୧ ନଂଟ୍ରକଟି ବାଙ୍କୀରୁ ତ୍ରିଶୂଳିଆ ଅଭିମୁଖେ ଦ୍ରୁତଗତିରେ ଆସୁଥିଲା ।ତାଆଗରେ ମଧ୍ୟ ଓଡି ୨୧ଇ ୮୧୪୩ ନମ୍ବର ବାଇକଟି ଆସୁଥିଲା। ବାଇକ ଚାଳକ ଗୋବିନ୍ଦପୁର ବଜାର ନିକଟରେ ପହଂଚିଥିବା ବେଳେ ପଛପଟରୁ ଟ୍ରକଟି ଆସି ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ଦୁଇଜଣ ଗାଡିରୁ ଛିଟିକି ପଡ଼ିଥିଲେ। ଦୁଜଣଜାକ ଟ୍ରକର ଆଗଚକରେ ଆସିଯାଇଥିବା ବେଳେ ଉଭୟଙ୍କୁ ଟ୍ରକଟି ପାଖାପାଖି ୧୦୦ମିଟର ପର୍ୟ୍ୟନ୍ତ ଘୋଷାଡି ନେଇଥିଲା ।ଘଟଣାସ୍ଥଳରେ ପବିତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସହଯୋଗୀଙ୍କ ଡାହାଣ ଗୋଡ଼ରେ ଆଗଛକ ଚଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକ ଉଦ୍ଧାର କରି ତାଙ୍କୁ ଚିକିସ୍ା ପାଇଁ ଡାକ୍ତରଖାନାକୁ ପଠାଇଥିଲେ ।ଦୁର୍ଘଟନାପରେ ଟ୍ରକ ଚାଳକ ଘଟଣା ସ୍ଥଳରୁଫେରାର ହୋଇଯାଇଥିଲେ ।ଖବରପାଇ ଗୋଡିସାହି ଫାଣ୍ଡି ଓ ବାରଙ୍ଗଥାନାପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ଥ ଗାଡିଦୁଇଟିକୁ ଜବତକରିବା ସହ ମୃତ ଦେହକୁ ଜବତକରି ବ୍ୟବଛେଦପାଇଁ ପଠାଈଛନ୍ତି ।

Leave A Reply

Your email address will not be published.