ସାମ୍ବାଦିକଙ୍କ ମାତୃବିୟୋଗ

0 216

ବାରଙ୍ଗ,୨/୩(ଏସଏସନିଉଜ) ବୁଧବାରଦିନ ବାରଙ୍ଗପ୍ରେସ କ୍ଲବର ସାଧାରଣସମ୍ପାଦକ ରୁଦ୍ରନାରାୟଣ ଷଡଙ୍ଗୀଙ୍କ ମାତୃବିୟୋଗ ଘଟିଛି ।ସାମ୍ବାଦିକ ଷଡଙ୍ଗୀଙ୍କ ମାତାଙ୍କ ନାମ ରେଣୁବାଳା ଷଡଙ୍ଗୀ ।ରେଣୁବାଳା ଗତକିଛିଦିନ ହେବ ଶାରରୀକ ଅସୁସ୍ଥତା କାରଣରୁ ଏକ ଘରୋଇ ଡାକ୍ତରଖାନାରେ ଚିକିସ୍‌ାଧିନ ଥିଲେ ।ବୁଧବାର ସକାଳେ ତାଙ୍କର ହୃଦଘାତ ହୋଇଥିଲା ।ସେ ଜଣେ ମିଷ୍ଠଭାସୀ, ପରୋପକାରୀ ଓ ଧର୍ମପରାୟଣ ମହିଳା ହୋଇଥିବାରୁ ତାଙ୍କର ବିୟୋଗରେ ତାଙ୍କ ଗ୍ରାମ ପଂଚୁପାଳ ସମେତ ବାରଙ୍ଗ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।ତାଙ୍କ ମରଶରୀର ପଂଚୁପାଳସ୍ଥିତ ବାସଭବନରେ ପହଁଚିବାପରେ ତାଙ୍କର ଶୁଭେଛୁ, ଜନପ୍ରତିନିଧି, ସାମ୍ବାଦିକ ଓ ଆତ୍ମିୟସ୍ୱଜନମାନେ ପହଁଚି ଶେଷଦର୍ଶନ କରିଥିଲେ ।ଗ୍ରାମଶଶ୍ମାନରେ ଅନ୍ତିମସଂସ୍କାର କରାଯାଇଥିବାବେଳେ ଜ୍ୟେଷ୍ଠପୁତ୍ର ରୁଦ୍ରନାରାୟଣ ମୂଖାଗ୍ନୀ ଦେଇଥିଲେ ଓ ଅନ୍ୟଦୁଇପୁଅ ଶୁଭ୍ର ନାରାୟଣ, ସତ୍ୟରଞ୍ଜନ ଉପସ୍ଥିତଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.