ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଏକତ୍ରିଂଶତିତମ ସମାବର୍ତ୍ତନ ଉତ୍ସବ”

ଚନ୍ଦ୍ରଶେଖରପୁର,୧୩/୦୪ (ଏସଏସନିୟୁଜ) ପଟିଆ କନନ ବିହାର-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଏକତ୍ରୀଂଶତିତମ ସମାବର୍ତ୍ତନ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ଉଦ୍ଘାଟନ କରିଥିଲେ। ମୁଖ୍ଯ ଅତିଥି ବିଶିଷ୍ଟ ପ୍ରବାଚିକା ସୁଶ୍ରୀ ପ୍ରିୟଭାଷିଣୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ଉତ୍ସବରେ ମୁଖ୍ଯ ବକ୍ତା ପ୍ରଫେସର ଗୌରମୋହନ ପରିଡା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ସହପାଠ୍ୟ ପ୍ରତିଯୋଗିତାରେ ହାସଲ କରିଥିବା କୃତିତ୍ବକୁ ଭୁୟସୀ ପ୍ରଶଂସା କରିଥିଲେ। ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡା, ଭାରତୀୟ ଶିକ୍ଷା ପରିଷଦର ଟ୍ରଷ୍ଟି ଶ୍ରୀଯୁକ୍ତ ବାବାଜୀ କୁମାର, ବିଶିଷ୍ଟ ସାହିତ୍ୟିକ ତଥା ଲେଖକ ଡଃ ଦିଗରାଜ ବ୍ରହ୍ମା ସମ୍ମନିତ ଅତିଥି ଭାବେ ଯୋଗ ଦେଇ ଶିଶୁର ପାଠ ପଢାରେ ମାଆମାନଙ୍କ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଶିଶୁକୁ ଚିହ୍ନିବା ଓ ତାର ପ୍ରତିଭାର ବିକାଶ ଦିଗରେ ତାକୁ ଆଗେଇନେଲେ ଶିକ୍ଷା ପ୍ରଭାବଶାଳୀ ହେବ ବୋଲି ମତ ରଖିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନମୁଗ୍ଧକର ହୋଇଥିଲା।ଶେଷରେ ବିଦ୍ୟାଳୟର ପ୍ରାତଃ ପର୍ଯ୍ୟାୟର ପ୍ରମୁଖ ଭାସ୍କର ଚନ୍ଦ୍ର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.