ସଫାହେଲାନି କେନାଲ,ଚିନ୍ତାରେ ଚାଷୀ

0 63

ମେଣ୍ଢାଶାଳ,୩୦ା୬(ଏସଏସନିଉଜ)ବର୍ଷାଦିନ ଆସିଗଲାଣି ।କେନାଲସଫାନହେବାସହ ଦଳ ଓ ପଙ୍କରେ ଭର୍ତିହୋଇ ଏହାର କବାଟ ନଥିବାରୁ ଚିନ୍ତାପ୍ରକଟ କରିଛନ୍ତି ଚାଷୀ ।ଏହିଭଳି ଘଟଣା ମେଣ୍ଢାଶାଳକ୍ଷୁଦ୍ରଜଳସେଚନ ପ୍ରକଳ୍ପରେ ଘଟିଥିବାର ଚାଷୀମାନେ ଅଭି୍େ‌ାଗ କରିଛନ୍ତି ।ଚାଷୀମାନଙ୍କ କହିବାକଥାହେଲା ବର୍ଷାଦିନ ପୁର୍ବରୁ କେନାଲର ମରାମତି କରାଯିବା କଥା କିନ୍ତୁ ଏହାକୁ କରାଯାଇନଥିବାରୁ ଚାଷକାର୍ଯ୍ୟରେ ବାଧକ ସାଜିବାକୁ ଯାଉଛି ।ଏହି ଜଳସେଚନ ପ୍ରକଳ୍ପଟି ଏବେ ଦଳଗାଡିରେ ପରିପୁର୍ଣ ହୋଇଯାଇଛି ।କେନାଲସାରା ଦଳଭର୍ତି ତାସାଙ୍ଗକୁ ତଳେଫୁଟେମୋଟାର ପଙ୍କରେ ଭର୍ତି ହୋଇଛି କେନାଲାଏହାସହ ଜଳନିସ୍କାସନ ପାଇଁ ଥିବା କବାଟଟି ଭାଙ୍ଗିନଷ୍ଟଜହୋଇଯାଇଛି । ଯାହାଫଳରେ ମେଣ୍ଢାଶାଳଗ୍ରାମର ଚାଷୀମାନଙ୍କ ମଧ୍ୟରେ ଭାଳେଣିପଡିଯାଇଛି ।୧୯୬୮ମସିହାରେ ଡେରାସବନ୍ଧର ନାଳଯୋଗେ ବୋହିଆସୁଥିବା ଉଦ୍‌ବୃତପାଣିକୁ ମେଣ୍ଢାଶାଳଠାରେ ବନ୍ଧପକାଯାଇ ଗ୍ରାମର ଚାଷଜମିକୁ ଜଳସେଚନର ବ୍ୟବସ୍ତା ଜଳସେଚନ ବିଭାଗ ପକ୍ଷରୁ କରାଯାଇଥିଲା ।ବନ୍ଧନିର୍ମାଣ ପରେ ଗାଁର ଚାଷଜଜମିକୁ ଜଳସେଚିତ ପାଇଁ ୧୬୫୦ମିଟରଲମ୍ବର କେନାଲ ମଧ୍ୟ ନିର୍ମାଣକରାଯାଇଥିଲା ।ଏହିକେନାଲଦ୍ୱାରା ୨୭୪ହେକ୍ଟର ଚାଷଜମି ଜଳସେଚିତହୋଇ ଆସୁଥିଲା ।ସେହିପରି ରବିରୁତୁରେ ୪୦ହେକ୍ଟରଜମିରେ ଜଳସେଚନ ଯୋଗୁଚାଷୀମାନେ ୨ଟିଧାନଫସଲ କରିପାରୁଥିଲେ ।ପରେପରେ କେନାଲ ତଳମୁଣ୍ଡରୁ ଢଳେଇ କାମ କରାଯାଇଥିବାବେଳେ ବନ୍ଧର ମେନସୁଇସପାଖରୁ ୫୦୦ମିଟର ପର୍ଯ୍ୟନ୍ତ ଢଳେଇ କାମ କରାଯାଇନଥିଲା ।ବନ୍ଧମୁଳରୁ୫୦୦ମିଟର କେନାଲରେ ଦଳଭର୍ତିହୋଇରହିଥିବାରୁ ଏବେ ମଧ୍ୟ ସୁଚାରରୁପେ ପାଣି ତଳମୁଣ୍ଡ ପର୍ଯ୍ୟନ୍ତ ଯାଇପାରୁନାହିଁ ।ଯାହାଫଳରେ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ଏହିକେନାଲରେ ଲାଗିଥିବା କବାଟଟି ଭାଙ୍ଗିଯାଇଥିବାରୁ ବନ୍ଧରେ ଘଳିଆପଡି କେନାଲରେ ପାଣିରହୁନାହିଁ ।ଚାଷୀମାନଙ୍କର ବୃହତ ସ୍ୱାର୍ଥଦୃଷ୍ଟିରୁ ଏହାର ମରାମତିପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତିା ।ତେବେ ଚଳିତବର୍ଷ ଖରିଫ ଧାନଚାଷ କିପରି କରିବେ ଏହାକୁନେଇ ଚାଷୀମାନେ ଏବେଠାରୁ ଚିନ୍ତାପ୍‌ରକଟ କରିବା ଆରମ୍ଭ କଲେଣି ।ତୁରନ୍ତ ସରକାର ଏଥିପ୍ରତିଦୃଷ୍ଟିଦେଇ ମରାମତିକାର୍ଯ୍ୟ କରିବାକୁ ଚାଷୀମାନେ ଦାବୀ କରିଛନ୍ତି (ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)।

Leave A Reply

Your email address will not be published.