ଆଠଗଡ଼,୨୬।୧(ଏସଏସନିଉଜ)ସାଧାରଣତନ୍ତ୍ର ଦିବସରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଅଂଶୁପା ରୋଡରେଓଲଟିପଡିଛି।ମାଳବିହାରପୁର ହାଇସ୍କୁଲ ପିଲା ସରଣ୍ଡାକୁ ପ୍ୟାରେଡ ରେ ଯୋଗଦେବାକୁ ଆସିଥିବା ବେଳେ ଦୁର୍ଘଟଣା ଘଟିଥିଲା।ଯାହାଫଳରେ ଜଣେ ଦଶମ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭେଟିଲେ ସଚିବ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି।ଏହି ଘଟଣା ପରେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁରୁତର ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ୩୦ ହଜାର ସହାୟତାଘୋଷଣା କରିଛନ୍ତି ରାଜ୍ୟ ସରକାର।ଏହାସହ ସମ୍ପୃକ୍ତ ସ୍କୁଲର ହେଡମାଷ୍ଟରଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି।