ସାବଧାନ! ଜଙ୍ଗଲ ଜଗିବ ୧୩୯ ଅତ୍ୟାଧୁନିକ ଗାଡି

ବାରଙ୍ଗ,୨୮ା୧୧(ଏସଏସନିଉଜ)ରାଜ୍ୟରେ ଥିବା ସମସ୍ତ ବନ୍ୟପ୍ରାଣି ବନଖଣ୍ଡର ସୁରକ୍ଷା ପାଇଁ ରାଜ୍ୟସରକାର ଅଂଟାଭିଡିଛନ୍ତି ।ପ୍ରତିବର୍ଷ ବିଭିର୍ଣ ଜଙ୍ଗଲରେ ଲାଗୁଥିବା ନିଆଁକୁ ରୋକିବା,ନିଆଁ ନଲାଗିବା ଓ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ଥିବା ୧୩୯ଟି ଗାଡିକୁ ପ୍ରଦାନ କରାଯିବ । ବିଭିନ୍ନ ଜଙ୍ଗଲ ଓ ବନ୍ୟପ୍ରାଣି ବିଭାଗରେ କାର୍ଯ୍ୟକଳାପକୁ ସୁରକ୍ଷା ଦେବା ,ମଜବୁତ କରିବାପାଇଁ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ୩ପ୍ରକାର ଯାନବାହାନର ମଧ୍ୟରେ ଜଙ୍ଗଲରେ ପେଟ୍ରୋଲିଂ ଓ ସୁରକ୍ଷା ପାଇଁ ୫୧,ନିଆଁ ଲିଭାଇବାପାଇଁ ସମସ୍ତ ବ୍ୟବସ୍ଥା ଉପଲବ୍ଧ ଥିବା ୪୧,ନିଆଁଲାଗିବାର ପୁର୍ବବତ କାର୍ଯ୍ୟର ସୁରକ୍ଷାପାଇଁ ୪୭ଟି ଅତ୍ୟାଧୁନିକ ଗାଡିକୁ ବିଭିର୍ଣ ବନ୍ୟପ୍ରାଣି ବନଖଣ୍ଡକୁ ପ୍ରଦାନ କରାଯିବ ।ଶୁକ୍‌ରବାର ସକାଳ ୯ଘଟିକାରେ ରାଜ୍ୟଉଭିଦଉଦ୍ୟାନ ଫାଟକ ସମ୍ମୁଖରେ ମୁଖ୍ୟବନସଂରକ୍ଷକ ଓ ବନବାହିନି ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ଓ ମୁଖ୍ୟବନସଂରକ୍ଷକ ଓ ବନ୍ୟପ୍ରାଣି ତତ୍ୱାବଧାରକ ସୁସାନ୍ତ ନନ୍ଦ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ଅତ୍ୟାଧୁନୁକ ଗାଡିଗୁଡିକୁ ପ୍ରଦାନ କରିବେ ବୋଲି ଉପନିର୍ଦ୍ଦେଶକ ସନତକୁମାରନାରାୟଣ ସୁଚନା ଦେଇଛନ୍ତି ।(ଜିତରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.