ଭୁବନେଶ୍ୱର,୧୧/୧୧(ଏସଏସ ନିଉଜ)ଟ୍ରକ ପଛକୁ ପିଟିଲା ବସ୍। ଦୁର୍ଘଟଣାରେ ଜଣେ ମୃତ । ଝାରସୁଗୁଡାରୁ ସମ୍ବଲପୁର ଆସୁଥିବା ଏକ ଘରୋଇ ଯାତ୍ରାବାହୀ ମହାଲକ୍ଷ୍ମୀ ନାମକ ବସ ଭାରସାମ୍ୟ ହରାଇ ଟ୍ରକ ପଛ ପଟେ ଧକ୍କା ଦେଇଛି ।ରେଙ୍ଗାଲି ବ୍ଲକ ଖିଣ୍ତା ବିଜୁଏକ୍ସପ୍ରେସ ଓ୍ବେ ଛକ ନିକଟରେ ଦୁର୍ଘଟଣା ହୋଇଛି । ୮ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଵେଳେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।