ରାଉରକେଲା,୨୨।୨(ଏସଏସନିଉଜ) ରାଉରକେଲାର ସେକ୍ଟର-୪ ଡାକଘର ସମ୍ମୁଖରେ ଶନିବାର ରାତିରେ ଗୁଳିକାଣ୍ଡ ଘଟିଛି।ବ୍ୟକ୍ତି ଜଣଙ୍କ କାର ଚଳାଉଥିବା ବେଳେ ତାଙ୍କ ଉପରକୁ ଦୁବୃର୍ତ୍ତମାନେ ଫାୟରିଂ କରି ଚମ୍ପଟ ମାରିଛନ୍ତି। ଫଳରେ ଯୁବକଙ୍କ ବେକରେ ଗୁଳିଚୋଟ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।କୁଆଁରମୁଣ୍ଡା ଅଞ୍ଚଳର ବିଜୟ ଲାକ୍ରା ଏକ କାରରେସେକ୍ଟର-୩ ଥାନା ଅଂଚଳ ଦେଇ ଯାଉଥିବା ବେଳେ ଦୁର୍ବୃତ୍ତମାନେସେକ୍ଟର-୪ ଡାକଘର ସମ୍ମୁଖରେ ଗୁଳିକାଣ୍ଡ କରିଥିଲେ। ଗୁଳିକାଣ୍ଡ ପରେ ନିୟନ୍ତ୍ରଣ ହରାଇ କାରଟିସେକ୍ଟର-୪ ଏ/୩୦ଘର ପାଚେରୀ ଭାଙ୍ଗି ପଶିଯାଇଛି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।