ବାରଙ୍ଗ,୧୫।୨(ଏସଏସନିଉଜ)ପୂର୍ବ ଜମିବାଡି ବିବାଦକୁ କେନ୍ଦ୍ରକରି ଆରଆଇ ଅଫିସରେ ଜଣଙ୍କୁ ଉଠା ଇନେଇ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ନନ୍ଦନକାନନଥାନା ପୋଲିସ ।
ପ୍ରକାଶଯେ,ଶନିବାର ଧରଣୀ ହରିଚନ୍ଦନ ନାମକ ବ୍ୟକ୍ତି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ଶନିବାର ସକାଳେ ୧୧ ଟା ପାଖାପାଖି କାରରେ ଡ୍ରାଇଭରଙ୍କୁ ସାଥିରେ ନେଇ ଅନୁଗୁଳରୁ ବାଲିପଡା ଆରଆଇ ଅଫିସକୁ କୌଣସି ବ୍ୟକ୍ତିଗତ କାର୍ଯ୍ୟ ଲାଗି ଆସିଥିଲେ ।ସେ ଆରଆଇ ଅଫିସରେ ଥିବାବେଳେ ଗଣ୍ଡରପୁର ବ୍ରାହ୍ମଣସାହିର ଦୁର୍ଯୋଧନ ହରିଚନ୍ଦନ,ଦେବିପ୍ରସାଦ ହରିଚନ୍ଦନ,
ଶକ୍ତି ପ୍ରସାଦ ହରିଚନ୍ଦନ ଦୁଇଟି ମୋଟରସାଇକେଲ ଯୋଗେ ଆସି ଆରଆଇ ଅଫିସ ଭିତରେ ପଶି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବା ଲାଗି ଧମକ ଦେଇଥିଲେ ଏବଂ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ।ପରେ ଗାଁରେ ଏକ ଘରେ ବନ୍ଦ କରି ରଖିବା ସହିତ ତାଙ୍କ ଗୋଡାହାତକୁ ବାନ୍ଧି ଠେଙ୍ଗା ଓ କାଠଫାଳିଆ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ତାଙ୍କ ଶରୀରର ଏକାଧିକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏହି ଘଟଣା ସମୟରେ ତାଙ୍କର ମୋବାଇଲ ଫୋନକୁ ଛଡାଇ ନେଇଯାଇଥିଲେ । ସୂଚନା ପାଇ ପିସିଆର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଧରଣୀଙ୍କୁଉଦ୍ଧାର କରିଥିଲେ ।ପୋଲିସଧରଣୀ ହରିଚନ୍ଦନଙ୍କ ଏତଲା ଆଧାରରେ ନନ୍ଦନକାନନ ଥାନା ପୁଲିସ କେସ ନମ୍ୱର ୫୦/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନଙ୍କ ଠାରୁ ନେଇଥିବା ମୋବାଇଲ୍ ଫୋନ୍ କୁ ଜବତ କରିଛି।(ଜିତ ରାଉତଙ୍କ ରିପୋର୍ଟ)
Prev Post
Next Post