ରେଳଧାରଣା ନେଉଛି ଜୀବନ

ବାରଙ୍ଗ, ୨୮।୨ (ଏସଏସନିୟୂଜ୍) ଶୁକ୍ରବାର ରାତି ୯ଟା ପାଖାପାଖି ଗଦେଇକୁଦ ଗ୍ରାମ ସାରଙ୍ଗେଇ ମନ୍ଦିର ନିକଟରେଳଧାରଣାରେ ଟ୍ରେନରେ କଟି ଜଣେ ଅଜଣା ଯୁବକର ମୃତ୍ୟୁ ଘଟିଛି। ଏହି ସମୟରେ ନିକଟସ୍ଥ ଗ୍ରାମର କିଛି ବ୍ୟକ୍ତି ଶୌଚ ହେବା ପାଇଁ ରେଳ ଧାରଣା ଅତିକ୍ରାନ୍ତ କରି ଯାଉଥିବାବେଳେ ରେଳଧାରଣାରେ ମୃତଦେହ ପଡ଼ିଥ‌ିବା ଦେଖି ରେଳବାଇ ଥାନାକୁ ଖବର ଦେଇଥିଲେ।ରେଲାଧରାନା କଡ଼ରେଏକ ଓଡି ୦୨ ସିପି ୪୧୨୦ ସ୍କୁଟି ଗାଡ଼ି ରହିଥିବାର ଦେଖିବାକୁ ମିଳିଛି।ଉକ୍ତ ଗାଡିଟି ମୃତ୍ୟୁବରଣ କରିଥିବା ଯୁବକର ବୋଲି ସନ୍ଦେହ କରାଯାଉଛି।ସୂଚନା ପାଇ ରେଳବାଇ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇଥିଲେ। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ଓ କଣ ପାଇଁ ସେ ରେଳଧାରଣା ନିକଟକୁ ଯାଇଥିଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି।

- Advertisement -

Leave A Reply

Your email address will not be published.