ରାଉରକେଲା,୨।୩(ଏସଏସନିୟୂଜ)ଏକ ପରିତ୍ୟକ୍ତ କ୍ୟାବିନରେ ୭ ବର୍ଷର ନାବାଳିକାଙ୍କୁ ବସ ହେଲ୍ପର ଦୁଷ୍କର୍ମ କରି ଫେରାର ହୋଇଯାଇଥିବାର ଚାନ୍ଦିପୋଷ ଥାନାରେ ପରିବାର ସଦସ୍ୟଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସେଲଟର ହୋମରେ ରଖିଛି।
ଗତକାଲି ବିଶ୍ରା କପାଟମୁଣ୍ଡାର ଏକ ପରିବାର ଓ ପଡୋଶୀ ଚାନ୍ଦିପୋଷର ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗଦେବାକୁ ଏକ ବସରେ ଯାଇଥିଲେl ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସାତବର୍ଷ ନାବାଳିକା ତାର ସାଙ୍ଗମାନଙ୍କ ସହ ଖେଳୁଥିଲେ lବସ ହେଲ୍ପର ଦମ୍ବରୁ ତାମଡ଼ିଆ ନାବାଳିକାଙ୍କୁ ସେଠାରୁ ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନକୁ ନେଇ ଦୁଷ୍କର୍ମ କରିବାରୁ ନାବାଳିକା ଜଣକ କାନ୍ଦିଥିଲେ । କାନ୍ଦଶୁଣି ପରିବାର ଲୋକ ସେଠାରେ ପହଞ୍ଚିବାରୁ ହେଲ୍ପର ଦମ୍ବରୁ ସେଠାରୁ ଫେରାର ହୋଇଯାଇଥିଲା ବୋଲି ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।
Prev Post
Next Post