ରାତିରେ ବରଗାଡିକୁ ଭାଙ୍ଗିଲେ

ସକାଳୁ ଘରୁ ଉଠାଇ ଆଣିଲା ପୋଲିସ

ବାରଙ୍ଗ,୨୨।୨(ଏସଏସନିଉଜ)ଶୁକ୍ରବାର ରାତିରେ ବରକୁ ନେଇ ଆସିଥିବା ଏକ କାରକୁ ବାଡେଇ ଭାଙ୍ଗିବା ଓ ଟେକାପଥର ମାଡ଼ମାରି ଦୁଇଜଣ ଆହତ ହେବା ଘଟଣାରେ ନନ୍ଦନକାନନଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି ।ସେମାନେ ହେଲେ ମରିଚିଆ ଗ୍ରାମର ସିଲୁ ପରିଡ଼ା (୨୮) ଓ ଦିଲୀପ କୁମାର ରାଉତ(୪୧)ଙ୍କୁ ପୋଲିସ ଗିରଫ କରି ଶନିବାର ଦିନ କୋର୍ଟଚାଲଣ କରିଛି।
ପ୍ରକାଶଯେ, ଶୁକ୍ରବାର ସନ୍ଧ୍ୟାରେ ସୌମ୍ୟରଞ୍ଜନ ସାହୁ ନାମକ ବ୍ୟକ୍ତି ତାଙ୍କ କାର ଯୋଗେ ଏକ ବିବାହ ପାଇ ଗଣ୍ଡରପୁର ଗ୍ରାମରୁ ବର ନେଇ ମାରିଚିଆ ଗ୍ରାମକୁ ଆସିଥିଲା।
ଗଣ୍ଡରପୁରରୁ ଆସିଥିବା ବର ବରଯାତ୍ରୀ ଦଳ ସହ ରୋଷଣୀ କରି ଗାଁ ଭିତରେ ଯାଉଥିଲା।ଏହି ସମୟରେ ପୂର୍ବ ବିବାଦକୁ କେନ୍ଦ୍ରକରି ସିଲୁ ପରିଡ଼ା,ଦିଲୀପ କୁମାର ରାଉତ ଓ ତାଙ୍କ ୪ଜଣ ସହଯୋଗୀ ବରଯାତ୍ରୀ ଦଳଙ୍କୁ ଅଶ୍ରାବ୍ୟଭାଷାରେ ଗାଳିଗୁଲଜ କରିବା ସହ ସୌମ୍ୟରଞ୍ଜନ ସାହୁ ଚଳାଉଥିବା ବରଗାଡ଼ିକୁ ବାଡେଇ ଭାଙ୍ଗି ଦେଇଥିଲେ ଏବଂ ଟେକାପଥର ମାଡ଼ କରିବା ସହ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ଏହି ଆକ୍ରମଣ ଯୋଗୁଁ ସୌମ୍ୟରଞ୍ଜନ ଓ ଆଶୁତୋଷ ପଢିଆରୀ ନାମକ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ବୋଲି ସୌମ୍ୟ ରଞ୍ଜନ ଶନିବାର ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।ପୋଲିସ ୬୦/୨୫କେସ ନମ୍ୱରରେ ଏକ ମକଦ୍ଦମା ରୁଜୁକରି ଚଢଉ କରି ସିଲୁ ପରିଡ଼ା ଓ ଦିଲୀପ କୁମାର ରାଉତଙ୍କୁ ସେମାନଙ୍କ ଘରୁ ଗିରଫ କରିଥିଲେ।ପୋଲିସ ସେମାନଙ୍କଠାରୁ ଏକ ମୋବାଇଲ ଫୋନ ଏବଂ ଏକ ଏଲେକ୍ଟ୍ରିକ ସ୍କୁଟିକୁ ଜବତ କରି ଆଜି କୋର୍ଟଚାଲଣ କରିଛି।

- Advertisement -

Leave A Reply

Your email address will not be published.