ରାତିପାହିଲେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

0 35

ପୁରୀ,୧୩ା୭(ଏସଏସନିଉଜ)ସବୁ ପ୍ରତୀକ୍ଷାର ଅନ୍ତ ଘଟି ରାତି ପାହିଲେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ।ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ଖୋଲିବା ନେଇ ଏସ୍ଓପିକୁ ସରକାର ମଂଜୁର କରିଛନ୍ତି । ସ୍ନେକ୍ ହେଲପଲାଇନ୍ ଓ ମେଡିକାଲ ଟିମ୍ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ । ଚାବିରେ ଯଦି ତାଲା ନଖୋଲେ ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ। ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ହିଁ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଣାପଡିଛି । ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ ହୋଇସାରିଥିବାବେଳେ କେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେନେଇ ମଧ୍ୟ ଏସ୍‌ଓପି ପ୍ରସ୍ତୁତ ହୋଇସାରିଛି ବୋଲି ଜଣାପଡିଛି।

Leave A Reply

Your email address will not be published.