ରାତିଅଧରେ ଗୋରୁ ଚୋରା ଚାଲଣ

ଧରିଲେ ଯୁବକ

ଚନ୍ଦ୍ରଶେଖରପୁର,୧୦।୨(ଏସଏସନିଉଜ)ଅଭିଯୋଗକାରୀ ବିଭୁ ପ୍ରସାଦ ବାରିକଙ୍କ ଏତଲା ଆଧାରରେ ଇନ୍ଫୋସିଟି ଥାନା ପୁଲିସ ୪୩/୨୫କେସ ନମ୍ୱରରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହିତ ତିନିଜଣକୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ସେମାନେ ହେଲେ ଆଇଆରସି ଭିଲେଜ୍ ରେ ରହୁଥିବା ପୁରୀ ଅଞ୍ଚଳର ସଞ୍ଜୟ ବାରିକ(୨୮), ସାଲିଆସାହିରେ ରହୁଥିବା ଖୋର୍ଦ୍ଧାର ଦୁର‌୍ୟ୍ୟଧନ ବେହେରା(୫୮), ସାଲିଆ ସାହିରେ ରହୁଥିବା ଆସ୍କାର ଶିବରାମ ମିଶ୍ର(୫୧)।ସେମାନଙ୍କଠାରୁ ଏକ ଟାଟାଏସି ଗାଡି ସହ ୪ଟି ଗାଈ କୁ ଜବତ କରାଯାଇଛି।
ସୂଚନାଯୋଗ୍ୟ ଯେ, ପଟିଆ ଦୋଳମଣ୍ଡପ ସାହି ବାସିନ୍ଦା ବିଭୁ ପ୍ରସାଦ କରିଥିବା ଅଭିଯୋଗ ଅନୁଯାୟୀ ଗତକାଲି ମଧ୍ୟାହ୍ନରେ ଏକ ଟାଟାଏସି ଗାଡ଼ି ଯୋଗେ କିଛି ଗୋରୁଚାଲାଣ ହେଉଥିବା ନେଇ ସେ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନାର ସତ୍ୟାସତ୍ୟ ଯାଞ୍ଚ କରିବା ଲାଗି ନିଜର କିଛି ବନ୍ଧୁଙ୍କୁ ସାଙ୍ଗରେ ନେଇ ପଟିଆ ଛକ ଅଭିମୁଖେ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଚାରିଗୋଟି ବାଛୁରୀଙ୍କୁ ନେଇ ଯାଉଥିବା ଏକ ଟାଟା ଏସି ଗାଡିକୁ ସେମାନେ ସେଠାରେ ଅଟକାଇଥିଲେ । ଗାଡିରେ ଥିବା ତିନିଜଣଙ୍କୁ ବାଛୁରୀ ଚାଲାଣ ନେଇ ପଚାରାଉଚରା କରିବାରୁ, ସେମାନଙ୍କ ମଧ୍ୟରୁ ଶିବରାମ ମିଶ୍ର ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏହା ଦେଖି ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁ ମାନେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ କାବୁ କରି ବାଛୁରୀ ଓ ଟାଟାଏସି ଗାଡି ସହ ପୁଲିସ ଜିମା ଦେଇଥିଲେ ।
ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ସେମାନଙ୍କ ହେପାଜତରୁ ସମ୍ପୃକ୍ତ ଟାଟା ଏସି ଗାଡି ଏବଂ ୪ ଟି ବାଛୁରୀ ଜବତ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଶିବରାମ ମିଶ୍ର ବାଛୁରୀ ଗୁଡିକୁ ଅଭିଯୁକ୍ତ ଟାଟାଏସି ଚାଳକ ସଞ୍ଜୟ ବାରିକ ଏବଂ ଲେବର ଦୁର‌୍ୟୋଧନ ବେହେରାଙ୍କ ସହଯୋଗରେ ନନ୍ଦନ ବିହାର, ଫେଜ-୨ ଅଞ୍ଚଳରେ ଥିବା ହାତିମୁଣ୍ଡା ଗୋଶାଳାକୁ ଚାଲାଣ କରୁଥିବା ନେଇ, ଅଭିଯୁକ୍ତମାନେ ତଦନ୍ତ ସମୟରେ ସ୍ଵୀକାର କରିଥିଲେ ।

- Advertisement -

Leave A Reply

Your email address will not be published.