ସୁନ୍ଦରଗଡ଼,୧୧/୧୧(ଏସଏସନିଉଜ) ଗତକାଲି ସନ୍ଧ୍ୟାରେ ହେମଗିରି ଗର୍ଜନବାହାଲରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବି କରି ଶବ ରଖି ଚାଲିଛି ରାସ୍ତାରୋକ।ଗତକାଲି ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗର୍ଜନବାହାଲ ଗାଁର ପପୁ ଅମାତ ପ୍ରାଣ ହରାଇଥିଲେ । ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବିକରି ଶବ ରଖି ରାସ୍ତାରୋକ କରିବାରୁଏମସିଏଲ-କନିକା ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି।