ରାସ୍ତାରେ ଜମୁଛି ପାଣି,ନୀରବରେ ଶୋଇଛି ବିଭାଗ

0 44

ବାରଙ୍ଗ,୨୬/୮(ଏସଏସନିଉଜ)ତ୍ରିଶୂଳିଆ-ବାଙ୍କୀ ମୁଖ୍ୟରାସ୍ତା ବିପର୍ୟ୍ୟସ୍ତ ଅବସ୍ଥାରେ ପାଣି କାଦୁଅରେ ପରିଣତ ହୋଇଅଛି। ଏବେ ଲଘୁଚାପଜନିତ ବର୍ଷା ହେବା ଯୋଗୁଁ ଏହି ରାସ୍ତାରେ ଯିବାଆସିବା କରିବା ଅସମ୍ଭବ ହୋଇପଡିଛି। ସାମାନ୍ୟବର୍ଷାହେଲେ ରାସ୍ତାଉପରେ ବର୍ଷାପାଣି ଜମିରହିବାଫଳରେ ଯାତାୟତରେ ବାଧକ ସାଜିଛି ।ପାଣିଜମିରହିବା ଫଳରେ ରାସ୍ତାମଧ୍ୟ ଖାଲଖମାରେ ପରିଣତହେବାରେ ଲାଗି ଅତିଶୋଚନୀୟ ହେବାକୁ ଲାଗିଲାଣି ।ଯାହାଫଳରେ ଲୋକ ଚାଲିକି ଯିବା ତ ଦୂର କଥା ଗାଡିରେ ଯିବାକୁ ଡରୁଛନ୍ତି । ରାସ୍ତାରେ ଟିକେ ବର୍ଷା ହେଲେ ପାଣି ଜମୁଛି ଖାଲି ସେତିକି ନୁହେଁ ରାସ୍ତାରେ ଅଧିକାଂଶ ସମୟରେ ପାଣି କାଦୁଅ ଜମିବାରୁ ଛୋଟ ବଡ ଦୂର୍ଘଟଣା ମାନ ହୋଇଥାଏ। ଏହି ରାସ୍ତା ଗୁକିକ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବାରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇବା ପରେ କୌଣସି ସୁଫଳ ମିଳିଲାନି ।ଏହି ରାସ୍ତା କଟକ, ତ୍ରିଶୂଳିଆ, ବାଙ୍କୀ, ଆଠଗଡ, ବାରଙ୍ଗ, ଭୂବନେଶ୍ଵରକୁ ସୁଭାଷ ସେତୁର ସଂଯୋଗିକରଣ ପରେ ବହୁ ଜନସାଧାରଣ ଏହି ରାସ୍ତାରେ ଯିବାଆସିବା କରୁଛନ୍ତି ।ଏହାର ସ୍ଥାୟୀ ପ୍ରତିକାରପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ପଦକ୍ଷପ ନିଆଯାଉନଥିବାରୁ ଅଂଚଳବାସଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

- Advertisement -

Leave A Reply

Your email address will not be published.