ରାସ୍ତାରେ ବ୍ଲକିଂ, ୨ଲକ୍ଷରୁ ଉର୍ଦ୍ଧ ଜୋରୀମନା ଆଦାୟ

ବାରଙ୍ଗ, ୩।୧(ଏସଏସନିଉଜ) ବାରଙ୍ଗଥାନା ପୋଲିସ ଓ ପରିବହନ ବିଭାଗର ମିଳିତ ଉଦ୍ୟମରେ ଶୁକ୍ରବାର ରାତିରେ ବାରଙ୍ଗ ଅଞ୍ଚଳର ମୁଖ୍ୟରାସ୍ତା ଉପରେ ଗାଡିମଟର ଯାଞ୍ଚ କରାଯାଇଛି।ଶୁକ୍ରବାର ସଂଧ୍ୟାରେ ସିଆଇଏସଏଫ ନିକଟରେ ପୋଲିସ ଏବଂ ପରିବହନ ବିଭାଗର ମିଳିତ ଉଦ୍ୟମରେ ହୋଇଥିବା ବ୍ଲକିଂ ବେଳେ ମଦ୍ୟପାନ କରି ରାସ୍ତାରେ ଗାଡ଼ି ଚଲାଇ ଯାଉଥିବା ୧୫ଜଣ ଚାଲକଙ୍କଠାରୁ ୨ଲକ୍ଷରୁ ଉର୍ଦ୍ଧ ଜୋରୀମନା ଆଦାୟ ହୋଇଛି। ଆଗକୁ ଏଭଳି ବ୍ଲକିଂ କରାଯିବ ବୋଲି ଥାନାଧିକାରୀ ବିଶ୍ବରଂଜନ ନାୟକ ଓ କଟକ ଆଂଚଳିକ ପରିବହନ ଅଧିକାରୀ ରଞ୍ଜନ କୁମାର ଦୋରା ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.