ରାସ୍ତାକଡ଼ରେ ଲାଗିଲା ମାଓ ପୋଷ୍ଟର

କଳାହାଣ୍ଡି,୨୮/୭(ଏସଏସନିଉଜ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପୋଖରୀଘାଟ ଗାଁରମୁଖ୍ୟ ରାସ୍ତା କଡ଼ରେ ମାଓ ପୋଷ୍ଟର ଲାଗିଛି ।ଦୀର୍ଘ ଦିନର ବ୍ୟବଧାନ ପରେ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଏହା ଲାଗିଥିବା ପୋଷ୍ଟରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏଁ ସହିଦ ସପ୍ତାହ ପାଳନ କରିବା ପାଇଁ ଲୋକଙ୍କୁ ଚେତାବନୀ ଦିଆଯାଇଛି । ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା ମାଓବାଦୀ ମାନଙ୍କୁ ନ୍ୟାୟ ଦାବିରେ ଏହି ସହିଦ ସପ୍ତାହ ପାଳନ କରାଯାଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।ଖବର ପାଇ ପୋଲିସ ପହଞ୍ଚି ପୋଷ୍ଟର ବ୍ୟାନର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

- Advertisement -

Leave A Reply

Your email address will not be published.