ରାସ୍ତା ଉପରେ ବୁଲିଲା ଖଣ୍ଡା

ବାରଙ୍ଗ,୨୮/୧୨(ଏସଏସନିୟୁଜ)ରାସ୍ତା ଉପରେ ବୁଲିଲା ଖଣ୍ଡା ।୫ଜଣ ଯୁବକ ମାରଣାସ୍ତ୍ର ଧରି କିଛି ସମୟପାଇଁ ବାରଙ୍ଗ-କଟକ ମୁଖ୍ୟରାସ୍ତା ଉପରେ ଉପ୍ତାତ କଲେ ।ଗାଡିମଟର ଯାତାୟତ ବନ୍ଦ ହୋଇଯାଇଥିଲା ।ଏହି ଯୁବକମାନେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ ।ପୋଲିସ ଖବର ପାଇ ପହଁଚିବାପରେ ଛତ୍ରଭଙ୍ଗ ଦେବାପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।ଏହିଭଳି ଘଟଣା ସୋମବାର ସକାଳେ ବାରଙ୍ଗଥାନା ଅର୍ନ୍ତଗତ ମଧୁବନ ଗାଁମୁଣ୍ଡରେ ଘଟିଛି ।ଯୁବକମାନଙ୍କ ଆକ୍ରମଣରେ ମଧୁବନ ଗ୍ରାମର ଜଗନ୍ନାଥରାଉତ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ଆହତ ହୋଇଥିବା ଜଗନ୍ନାଥଙ୍କ ପତ୍ନୀ ସୀତା ବାରଙ୍ଗଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଗାଁ ପାଖରେ ବ୍ଲୁଷ୍ଟାର ନାମକ ବିଲଡର କରିଥିବା ପ୍ରୋଜେକ୍ଟରେ ତାଙ୍କ ସ୍ୱାମୀ କାମ କରୁଥିଲେ ।ଏହି ସମୟରେ ମଧବନ ଗ୍ରାମର ୫ଜଣ ଯୁବକ ହାତରେ ଖଣ୍ଡା,ରଡ ଓ ମାରଣାସ୍ତ୍ର ଧରି ସଙ୍ଗବଦ୍ଧଭାବେ ଆକ୍ରମଣ କରିଥିଲେ ।ଜୀବନ ବଂଚାଇବାକୁ ତାଙ୍କ ସ୍ୱାମୀ ପ୍ରଜେକ୍ଟ ବାହାର ବାରଙ୍ଗ-କଟକ ମୁଖ୍ୟରାସ୍ତାକୁ ଦୈାଡି ପଳାଇଆସିଥିଲେ ମଧ୍ୟ ଏହି ଯୁବକମାନେ ଦୟା କରିନଥିଲେ ।ମୁଖ୍ୟ ରାସ୍ତାଉପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ ।ଖବର ବାରଙ୍ଗଥାନା ପୋଲିସ ଘଟଣାସ୍ଥଳରେ ପହଁଚିବାପରେ ଆକ୍ରମଣ କାରୀ ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ ।ପୋଲିସ ଏକ ମକଦ୍ଦମାରୁଜୁକରି ଗୁରୁତର ଆହତ ହୋଇଥିବା ଜଗନ୍ନାଥଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତିକରିଥିଲେ ।ଏହାପରେ ମୁଖ୍ୟରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା । ଜମି ବ୍ୟବସାୟିକ ବିବଦାରୁ ଏପରି ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।(ଗୈାତମରାଉତଙ୍କ ରିପୋର୍ଟ)

 

 

 

- Advertisement -

Leave A Reply

Your email address will not be published.