ଭୁବନେଶ୍ଵର,୨୭।୬(ଏସଏସନିଉଜ)ରାଜ୍ୟରେ ହୋଇପାରେ ଛାତ୍ରସଂସଦ ନିର୍ବାଚନ।ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀସୁରଜ ଗୁରୁବାର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏହି ସଙ୍କେତ ଦେଉଛି। ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି, ରାଜ୍ୟରେଛାତ୍ରସଂସଦ ନିର୍ବାଚନର ଯଥାର୍ଥତା ରହିଛି।ଏନେଇ ବିଚାର ବିମର୍ଶ ଚାଲିଛି ।ସରକାର ଯାହାବି ନିଷ୍ପତିନେବେସମାଜର ସକାରାତ୍ମକଦିଗକୁ ଦୃଷ୍ଟିରେ ରଖ୍ ନିଷ୍ପତି ନବେ।ଛାତ୍ରସଂଗ୍ରଠନ ଦାବି ମହତ୍ତ୍ଵ ତେବେ ଯାହା ଠିକ୍ ହେବ,ସରକାର ନିଷ୍ପତ୍ତି ନେବେ ନେବେ। ୨୦୧୭ରେ ଛାତ୍ରସଂସଦ ନିର୍ବାଚନ ରାଜ୍ୟରେ ବନ୍ଦ ରହିଛି। କେତେବେଳେ କରୋନା ତ ପୁଣି ଆଉ କ କେତେ ବେଳେ ହିଂସାଭଳି ବିଭିନ୍ନ ବାହାନାଦେଖାଇ ନବୀନ ସରକାରରେ ଛାତ୍ରସଂସଦ ନିର୍ବାଚନ ବନ୍ଦଥିଲା। ଛାତ୍ର ସଂସଦ ନିର୍ବାଚନ ନେଇ ବିଭିନ୍ନ ଛାତ୍ର ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଏଥିସହ ସରକାର ନିକଟରେ ଦାବି କରିଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ ।ତେବେ ରାଜ୍ୟରେ ନୂଆସରକାର ଗଠନ ହେବାପରେ ଛାତ୍ରସଂସଦ ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି ।