ଭୁବନେଶ୍ୱର,୯/୧୧(ଏସଏସ ନିଉଜ)ଆଜିଠାରୁ ଆରମ୍ଭ ହେଲା ମାର୍ଗଶିର ମାସ l ସତ୍ୟଯୁଗରେ ଏହି ମାସରୁ ଆରମ୍ଭ ହେଉଥିଲା ବର୍ଷ lଶ୍ରୀମଦ୍ ଭଗବତଗୀତା ଅନୁସାରେ ଏହା ଭଗବାନ୍ ଶ୍ରୀକୃଷ୍ଣଙ୍କର ପ୍ରିୟ ମାସ ଅଟେ ।ଏହିମାସରେ ଭଗବାନ୍ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କର ବିଶେଷ ପୂଜା କରାଯାଇଥାଏ ।ଏହି ମାସରେ ତୀର୍ଥଯାତ୍ରା କରିବା ଦ୍ୱାରା ରୋଗ , ଶୋକ ଓ କଷ୍ଟରୁ ମୁକ୍ତି ମିଳିଥାଏ ।