ରଖେ ହରି ତାକୁ ମାରେ କିଏ

ଭୁବନେଶ୍ୱର,୧ା୮(ଏସଏସନିଉଜ) ଗୋଡ଼ରେ ବେଡି ପଡ଼ିଥିଲେ ବି ମହାନଦୀରେ ଖସିପଡ଼ି ପ୍ରାୟ ୫୦କିମି ଆସିବାପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକବିକୃତ ମହିଳା।ସେ ଛତିଶଗଡ଼ରୁ ଆସି ଓଡ଼ିଶାର ଝାରସୁଗୁଡ଼ା ପଲସଦାରେ ଲାଗିଥିବାବେଳେ ମତ୍ସ୍ୟଜୀବୀମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକରି ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ମହିଳା ଜଣଙ୍କ ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍ ରହୁ ନ ଥିବାରୁ ପରିବାର ଲୋକେ ତାଙ୍କ ଗୋଡ଼ରେ ବେଡି ପକାଇ ରଖୁଥିଲେ ।ମାତ୍ର ଗତକାଲି କୌଣସି ପ୍ରକାରେ ସେ ଘରୁ ଖସି ଆସି ନିକଟସ୍ଥ ମହାନଦୀ ନିକଟକୁ ଚାଲି ଆସିଥିଲେ। ସେଠାରେ ସେ ପାଣିକୁ ଖସି ପଡ଼ିଥିଲେ। ଏବେ ବନ୍ୟା ଜଳ ଯୋଗୁ ମହାନଦୀ ଫୁଲିଥିବା ବେଳେ ପାଣିର ସ୍ରୋତ ବି ପ୍ରଖର ରହିଛି। ଏହାସତ୍ତ୍ୱେ ମହିଳାଜଣକ ଗତକାଲିଠୁ ପାଦରେ ବେଡି ପଡ଼ିଥିବା ଅବସ୍ଥାରେ ଭାସି ଭାସି ଆଜି ଝାରସୁଗୁଡ଼ା ପଲସଦାରେ ଲାଗିଥିଲେ। ଏପରି ଏକ ଆଶ୍ଚର‌୍ୟ୍ୟଜନକ ଘଟଣାକୁ ଦେଖି ଲୋକେ କହୁଛନ୍ତି, ଯାହାକୁ ରଖେ ହରି ତାକୁ ମାରେ କିଏ।

- Advertisement -

Leave A Reply

Your email address will not be published.