ରାଜଧାନୀରେ ହାଇପ୍ରୋଫାଇଲ୍ ଜୁଆ ଆଡ଼ା ପର୍ଦ୍ଦାଫାସ୍ କଲା ପୋଲିସ

0 288

ଭୁବନେଶ୍ବର,୨୨/୮(ଏସଏସନିୟୁଜ) ରାଜଧାନୀର ଏକ ହୋଟେଲରେ ଫିଲ୍ମ ଷ୍ଟାଇଲରେ ଚାଲିଥିବା ଜୁଆ ଆଡ଼ାର ପର୍ଦ୍ଦାଫାସ୍ କରିଛି କମିସନରେଟ୍ ପୁଲିସ।ଏହାସହ ହାଇପ୍ରୋଫାଇଲ୍ ଗ୍ୟାଙ୍ଗର ୩ ଯୁବତୀ, ପେଣ୍ଟାଗନ୍ ବାର୍ ଓ ହୋଟେଲ ମାଲିକ ଅରବିନ୍ଦ ମିଶ୍ର ଓରଫ୍ ଅରୁ, ମଦ ବ୍ୟବସାୟୀ ପିଣ୍ଟୁ ମହାନ୍ତି, ବିଲ୍ଡରଙ୍କ ସମେତ ୧୩ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୨ଲକ୍ଷ ୫୩ ହଜାର ୬୫୫ ଟଙ୍କା, ୧୮ ମୋବାଇଲ୍ ଫୋନ୍, ଦାମୀ କାର, ତାସ୍ ଆଦି ସାମଗ୍ରୀ ଜବତ କରିଛି ।ଲକ୍ଷ୍ମୀସାଗର ଥାନା ଅଧିନସ୍ଥ ପେଣ୍ଟାଗନ୍ ବାର୍ ଓ ହୋଟେଲରେ ୪ ଦିନ ହେଲା ରୁମ୍ ନଂ-୪୧୦, ୪୧୧, ୪୧୨ରେ ମାଲିକ ଅରବିନ୍ଦ ମିଶ୍ର କାର୍ପଟଦାର ସାଜି ଚଳାଇଥିଲେ ଜୁଆ ଆଡ଼ା । ସଟଡାଉନ୍ ରେ ହୋଟେଲ ସମ୍ମୁଖରେ ୫ରୁ ଅଧିକ କାର୍ ଲାଗିଥିବାର ଦେଖି ସନ୍ଦେହରେ କିଛିଲୋକ ପୋଲିସକୁ ସୁଚନା

ଦେଇଥିଲେ ।ଏହାପରେ ଲକ୍ଷ୍ମୀସାଗର ପୁଲିସ, , ସ୍ପେସାଲ ସ୍କ୍ବାଡ୍ ମିଳିତ ଭାବରେ ଚଢ଼ଉ କରିଥିଲେ ।ଚଢାଉ ସମୟରେ ଫିଲ୍ମ ଷ୍ଟାଇଲରେ ଜୁଆ ଆଡ଼ା ଚାଲିଥିବାର ପୋଲିସ ଦେଖିବାକୁ ପାଇଛି । ଟେବୁଲ୍ ଚାରିକଡ଼େ ବସି ଜୁଆ ଖେଳସହ କୋଲକାତାର ସୁନ୍ଦରୀ ତରୁଣୀ ପରଷୁଥିଲେ ମଦ, ଚିକେନ୍ ।ତେବେ ୪ଦିନ ହେଲା ଏହି ଜୁଆ ଆଡ଼ାକୁ କେଉଁ ବଡ଼ବଡ଼ିଆମାନେ ଆସୁଥିଲେ ସେ ନେଇ ପୁଲିସ ତନାଘନା ଚଳାଇଛି।ଏହାସହ ହୋଟଲର ସିସିଟିଭି ଫୁଟେଜ୍‌କୁ ପୁଲିସ ଜବତ କରିଛି।

Leave A Reply

Your email address will not be published.